ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ: ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ନିଜର ପଦରୁ ଇସ୍ତଫା ଦେଇଛନ୍ତି । ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ସେ ହଠାତ୍‌ ଇସ୍ତଫା ଦେଇଛନ୍ତି | ଶ୍ରୀ କୁମାରଙ୍କ ଏପରି ନିଷ୍ପତ୍ତି ପରେ ସରକାର ସୁମନ କେ ବେରୀଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି । ସେ ମେ’ ୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ, ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି ରାଜୀବ କୁମାରଙ୍କ ଇସ୍ତଫାକୁ ମଂଜରୁୀ ଦେଇଛି । ତାଙ୍କୁ ୨୦୨୨ ଏପ୍ରିଲ ୩୦ରେ କାର୍ଯ୍ୟମୁକ୍ତ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହି ବଡ଼ ଦାୟିତ୍ୱରୁ ଓହିରିବା ସଂପର୍କିତ କାରଣ ଜଣାପଡ଼ି ନାହିଁ ।

ଜଣେ ବିଖ୍ୟାତ ଅର୍ଥନୀତିଜ୍ଞ ଭାବେ ଜଣାଶୁଣା ରାଜୀବ କୁମାର ୨୦୧୭ରେ ନୀତି ଆୟୋଗର ଉପାଧ୍ୟକ୍ଷ ପଦରେ ନିଯୁକ୍ତି ପାଇଥିଲେ। ତାଙ୍କ ପୂର୍ବରୁ ଏହି ପଦରେ ଅରବିନ୍ଦ ପାନଗାରିୟା ରହିଥିଲେ। ସେ ପଦ ଛାଡ଼ି ଅଧ୍ୟାପନା କ୍ଷେତ୍ରକୁ ଚାଲିଥିବାରୁ ସରକାର ରାଜୀବ କୁମାରଙ୍କୁ ନିଯୁକ୍ତି ଦେଇଥିଲେ।

ରାଜୀବ କୁମାର କାହିଁକି ପଦ ଛାଡ଼ିଲେ ସେକଥା ଜଣାପଡ଼ିନି। କିନ୍ତୁ ସରକାର ତାଙ୍କ ଇସ୍ତଫାପତ୍ର ଗ୍ରହଣ କରି ନେଇଛନ୍ତି ଓ ଏପ୍ରିଲ ୩୦ରୁ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯିବ। ରାଜୀବ କୁମାର ତାଙ୍କ କାର୍ଯ୍ୟକାଳ ସମୟରେ ଅନେକ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ବିଶେଷ କରି କୃଷି କ୍ଷେତ୍ର ପାଇଁ ସେ ନୂଆ ନୀତି ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେଇଥିଲେ। କୁମାର ଅର୍ଥନୀତିରେ ଡିଫିଲ୍‌ ଡିଗ୍ରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ହାସଲ କରିଛନ୍ତି। ସେହିପରି ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ।

Related Posts