ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଉପରେ ରୁଷ ରାଷ୍ଟ୍ରପତିଙ୍କ କଡ଼ା ପ୍ରତିବନ୍ଧକ: ଜାଣନ୍ତୁ କଣ

ମସ୍କୋ: ଋଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ନେଇ ଦେଶ ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ତିକ୍ତତା । ଏହାରି ମଧ୍ୟରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ୟୁକ୍ରେନକୁ ସମର୍ଥନ କରୁଥିବା ବେଳେ, ଋଷ କଡା ପ୍ରତିବନ୍ଧକ ଲଗାଇଛି । ରୁଷ ଆସିବା ନେଇ ବ୍ୟନ କରିଛି ।

ୟୁକ୍ରେନ ଉପରେ ଆକ୍ରମଣ ପରଠୁ ରୁଷ ବିରୋଧରେ ସମଗ୍ର ବିଶ୍ଵରେ ଅନେକ କଟକଣା ଲାଗୁ କରାଯାଇଛି। ଆଉ ଏବେ ରୁଷ ଏହାର ପାଲଟା ଜବାବ ଦେଉଛି। ପୁଟିନ ସରକାର ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ରୁଷ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ରୁଷ ସରକାର ୟୁକେର ପ୍ରତିବନ୍ଧକ ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ସମାଚାର ଏଜେନ୍ସି ଏଏଫପି ଅନୁଯାୟୀ, ପାଶ୍ଚାତ୍ୟ ରାଷ୍ଟ୍ର ସମେତ ବ୍ରିଟେନ ଏବଂ ଆମେରିକା ଦ୍ଵାରା ରୁଷ ଉପରେ ଲଗାଯାଇଥିବା କଟକଣାର ପ୍ରତି ଜବାବରେ ପୁଟିନ୍ ସରକାର ମଧ୍ୟ ଅନେକ କଟକଣା ଲଗାଇଛନ୍ତି। ସେ ବୋରିସ୍‌ ଜନ୍‌ସନ୍‌ଙ୍କ ସମେତ ବ୍ରିଟେନ୍‌ର ବୈଦେଶିକ ମନ୍ତ୍ରୀ ଲିଜ୍‌ ଟୁର୍‌ ସହ ଅନେକ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ରୁଷ ଆସିବା ନେଇ ବ୍ୟାନ୍‌ କରାଯାଇଛି। ଏହା ପୂର୍ବରୁ ରୁଷ ଆମେରିକାର ବରିଷ୍ଠ ନେତାଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା।

ଶନିବାର ରୁଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି ଯେ, ଆମେରିକା, ୟୁରୋପିଆନ୍‌ ସଂଘ ଓ ଅନ୍ୟ ସହଯୋଗୀ ଦେଶମାନେ ଲଗାଇଥିବା ପ୍ରତିବନ୍ଧକ ଦେଶର ଅର୍ଥବ୍ୟବସ୍ଥାର ଗଳା ଚିପି ଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ସମେତ ମୋଟ ୧୩ଜଣ ବ୍ରିଟିଶ ଅଧିକରୀଙ୍କୁ ବ୍ୟାନ୍‌ କରାଯାଇଛି। ଆଗକୁ ଏହି ତାଲିକା ଆହୁରି ବଢ଼ିପାରେ ବୋଲି ରୁଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଚେତାବନୀ ମଧ୍ୟ ଜାରି କରାଯାଇଛି।

ଫେବ୍ରୁଆରୀ ୨୪ରୁ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଆଜି ଯାଏଁ ଚାଲିଛି। ଅନେକ କଟକଣା ପରେ ବି ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି ।

Related Posts