ପାଣି ନଷ୍ଟକୁ ନେଇ ଚଣ୍ଡିଗଡ ନଗର ନିଗମର ବଡ ନିଷ୍ପତ୍ତି : ନଷ୍ଟ ହେଲେ ୫ହଜାର ଟଙ୍କାର ଫାଇନ୍

ଚଣ୍ଡିଗଡ: ପାଣି ହିଁ ଜୀବନ | ବୁନ୍ଦେ ବୁନ୍ଦେ ପାଣି ଜୀବନ ବଞ୍ଚାଇ ଦେଉଥିବାବେଳେ, ଆଉ ବୁନ୍ଦେ ବୁନ୍ଦେ ପାଣିରେ ସୃଷ୍ଟି ହୁଏ ସମୁଦ୍ର | ତେଣୁ ପାଣି ନଷ୍ଟ ନକରିବା ପଣିଆର ସୁରକ୍ଷା କରିବା ଆମର କର୍ତବ୍ୟ | ତେବେ ଏହାରିମଧ୍ୟରେ ପାଣି ନଷ୍ଟକୁ ନେଇ ଚଣ୍ଡିଗଡ ନଗର ନିଗମ ବଡ ନିଷ୍ପତ୍ତି ନେଇଛି । ଏବେ ପାଣି ନଷ୍ଟ କରୁଥିବା ଲୋକଙ୍କ ଉପରେ ତଣ୍ଡ ଲଗାଇବ ଚଣ୍ଡିଗଡ ମହାନଗର ନିଗମ | ତଣ୍ଡ ବାବଦକୁ ୫ହଜାର ଟଙ୍କାର ଫାଇନ୍ ଆଦାୟ ହେବ | ଅପ୍ରେଲ ୧୫ରୁ ଏହାର ଶୁଭାରମ୍ଭ କରାଯିବ ।

ଗ୍ରୀଷ୍ମ ଆରମ୍ଭରୁ ହିଁ ପାଣି ପାଇଁ ହାହାକାର ଦେଖିବାକୁ ମିଳୁଛି । ପାଣି ନଷ୍ଟ ହେବାରୁ ବଞ୍ଚାଇବା ପାଇଁ ଚଣ୍ଡିଗଡ ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ଆରମ୍ଭ କରାଯାଉଛି । ଚଣ୍ଡିଗଡରେ ଯଦି ଏବେ କେହି ପାଣି ନଷ୍ଟ କରୁଥିବା ଦେଖାଯାଏ ତେବେ ସେ ୫ହଜାର ଟଙ୍କା ଫାଇନ୍ ଗଣିବେ ।

ଚଣ୍ଡିଗଡ ମହାନଗର ନିଗମ ଏହି ଅଭିଯାନକୁ ସଫଳ କରିବା ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରିଛି । ଯେଉଁ ଟିମ୍ ପାଣି ନଷ୍ଟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଯେଉଁମାନେ ପାଣି ପାଇପ୍ ଲାଇନରେ ସିଧାସଳଖ ବୁଷ୍ଟର ପମ୍ପ ଲଗାଉଛନ୍ତି ସେମାନଙ୍କର ମଧ୍ୟ ଚାଲାଣ କଟାଯିବ । ଯଦି କାହା ଛାତ ଉପରେ ନିର୍ମିତ ଟାଙ୍କିରୁ ପାଣି ବୋହୁଥିବା ଦେଖିବାକୁ ମିଳେ ତେବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପଣିଆର ଅଭାବ ଦୂର କରିବା, ପାଣିକୁ ସଂଚୟ କରି ରଖିବା ଉଦେଶ୍ୟରେ ଏହି ନିଷ୍ପତି ନିଆଯାଇଛି |

Related Posts