କୁସୁପୁର ଗଣହତ୍ୟା ଘଟଣା: ହତ୍ୟାକାରୀ ଶିବକୁ ନେଇ ସିନ୍ ରିକ୍ରିଏସନ କରିବ ପୋଲିସ

ମାହାଙ୍ଗା: ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଛି | ଭାଇ ଭାଇ ର ସଂସାର ଉଜାଡି ଦେଇଛି | ସାମାନ୍ୟ ଜମିଜମା ବିବାଦକୁ ନେଇ ନାରକୀୟ କାଣ୍ଡ ଘଟାଇଥିଲା ଭାଇ | ଭାଇର ପରିବାରର ସମସ୍ତ ସଦେଶ୍ୟକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା | ସେପଟେ ପରିବାର ସମସ୍ତଙ୍କୁ ହତ୍ୟା କରିବା ପରେ ପୋଲିସ ନିକଟରେ ନିଜ ଦୋଷ ସ୍ୱୀକାର କରିଥିଲା | ତେବେ ଏହାରି ଅମଧ୍ୟରେ ଜଣେ ଲୋକ କିପରି ୫ ଜଣଙ୍କୁ ହତ୍ୟା କଲା ସେନେଇ ଆଶଙ୍କା ଦେଖା ଦେଇଥିବା ବେଳେ, ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ଆଉ କିଛି ସମୟ ପରେ ହତ୍ୟାକାରୀ ଶିବ ସାହୁକୁ ନେଇ ସିନ୍ ରିକ୍ରିଏସନ କରିବ ପୋଲିସ । କେମିତି ଏକାସାଙ୍ଗରେ ୫ ଜଣଙ୍କୁ ହତ୍ୟା କରିଥିଲା ତାର ଡେମୋ ଦେଖାଇବ ଶିବ । ଅଭିଯୁକ୍ତ ଶିବ ପ୍ରସାଦକୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଆଜି ହେଉଛି ରିମାଣ୍ଡର ଦ୍ବିତୀୟ ଦିନ ।

ତେବେ ଗତକାଲି ଶିବ ଅସୁସ୍ଥ ଥିବାରୁ ତାକୁ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶିବ ସାହୁର ବାମ ଗୋଡ଼ ଷ୍ଟ୍ରିପ ହେବାରୁ ସେ ଠିକ୍ ସେ ଚାଲି ପାରୁନଥିଲା । ତେଣୁ ପ୍ରଥ ଦିନ ରିମାଣ୍ଡରେ ଅଧିକ ପଚରାଉଚରା କରିପାରିନାହଁ ପୋଲିସ । ତେବେ ଶିବ ଏକୁଟିଆ ହିଁ ତାଙ୍କ ବଡଭାଇଙ୍କ ପରିବାରର ୫ ଜଣଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି ।

ତେବେ ଶିବ ଏକୁଟିଆ ହତ୍ୟାକାଣ୍ଡରେ ସମ୍ପୃକ୍ତ ନା ତାଙ୍କ ସହ ଆଉ କିଏ ଅଛନ୍ତି , କେମିତି ଜଣେ ଏକୁଟିଆ ଲୋକ ପାଞ୍ଚ ପାଞ୍ଚ ଜଣଙ୍କୁ ହତ୍ୟା କଲା ହେଲେ ଆଖପାଖରେ କେହି ଜାଣିପାରିଲେ ନାହିଁ, ହତ୍ୟା ପୂର୍ବରୁ ବିଷ ବା ନିଶା ଦିଆଯାଇଥିଲା କି ? ୟେ ସବୁ ଦିଗକୁ ନେଇ ଛାନଭିନ୍ କରୁଛି ପୋଲିସ ।

Related Posts