ଭୂମିକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ: ରିକ୍ଟର ସ୍କେଲରେ ୫.୩ ତୀବ୍ରତାରେ ଥରିଲା ଅରୁଣାଚଳ ପ୍ରଦେଶ । ଶୁକ୍ରବାର ସକାଳୁ ସକାଳୁ ଝଟକା ଅନୁଭୂତ ହୋଇଥିଲା | ଫଳରେ ଲୋକେ ଘରୁ ବାହାରି ଆସିଥିଲେ |

ସୂଚନାନୁସାରେ, ସକାଳ ୬ଟା ୫୬ରେ ଭୂମିକମ୍ପର ଝଟକା ଲାଗିଥିଲା । ତେବେ ଭୂମିକମ୍ପ କାରଣରୁ କୌଣସି ବଡ ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଝଟକା ଲାଗିବା ପରେ ଲୋକେ ଘରୁ ବାହାରକୁ ଚାଲି ଯାଇଥିଲେ ।

ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜିର କହିବାନୁସାରେ, ଭୂମିକମ୍ପର କେନ୍ଦ୍ର ହେଉଛି ଉତ୍ତର ପାଙ୍ଗିନ୍ । ଝଟଲା ଲାଗିବା ପରେ ଲୋକେ ଭୟଭୀତ ହୋଇଯାଇଥିଲେ । ତୁରନ୍ତ ରାସ୍ତାକୁ ଚାଲିଯାଇଥିଲେ । ଏହାସହ ନିଜ ସମ୍ପର୍କୀୟଙ୍କ ହାତଚାଲ ବୁଝିବା ପାଇଁ ଫୋନ୍ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, ନିକଟରେ ଲଦାଖରେ ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ଥିଲା । କାରଗିଲରୁ ୩୨୮ କିମି ଦୂରରେ ଏହାର କେନ୍ଦ୍ରସ୍ଥଳୀ ଥିବା ଜଣାପଡିଥିଲା |

Related Posts