ମନ୍ତ୍ରୀ ଈଶ୍ୱରପ୍ପାଙ୍କୁ ବରଖାସ୍ତ କରିବା ଦାବିରେ ଅମିତ ଶାହାଙ୍କ ଘର ଆଗରେ ଯବୁ କଂଗ୍ରେସର ଆନ୍ଦୋଳନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମନ୍ତ୍ରୀ ଈଶ୍ୱରପ୍ପାଙ୍କୁ ବରଖାସ୍ତ କରିବା ଦାବିରେ ଅମିତ ଶାହାଙ୍କ ଘର ଆଗରେ ଯବୁ କଂଗ୍ରେସର ଆନ୍ଦୋଳନ । କାହିଁକିନା ଠିକାଦାର ଜଣଙ୍କ ଆତ୍ମହତ୍ୟା ପଛରେ କେବଳ କେ ଏସ ଈଶ୍ୱରପ୍ପା ହିଁ ଦାୟୀ ବୋଲି ସୁଇସାଇଡ ନୋଟରେ ଲେଖିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଛି । ତେଣୁ ଈଶ୍ୱରପ୍ପାଙ୍କୁ ବରଖାସ୍ତ କରାଯାଉ ବୋଲି ଦାବି କରି ଯୁବ କଂଗ୍ରେସ ଗୃହମନ୍ତ୍ରୀ ଅମିତ ଶାହଙ୍କ ଘର ଆଗରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ସେପଟେ ଠିକାଦାର ସନ୍ତୋଷ ପାଟିଲ୍ଙ୍କ ଆତ୍ମହତ୍ୟା ମାମଲାରେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ବରପ୍ପା ଏବଂ ତାଙ୍କ ସହଯୋଗୀ ବସବରାଜ ଏବଂ ରମେଶଙ୍କୁ ବୁକ୍ କରାଯାଇଛି।

ଏହି ମାମଲାରେ ସମ୍ପୃକ୍ତି ଥିବା ହେତୁ ମନ୍ତ୍ରୀଙ୍କ ନାଁରେ ‘ଏଫ୍ଆଇଆର୍’ ଫାଇଲ୍ କରାଯାଇଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ତାଙ୍କୁ ଡକାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଈଶ୍ବରପ୍ପାଙ୍କ ନାମରେ ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କରାଯାଇଛି। ମୁଁ ସମସ୍ତ ସୂଚନା ସଂଗ୍ରହ କରୁଛି। ଫୋନ୍ରେ ଈଶ୍ବରପ୍ପାଙ୍କ ସହିତ କଥାବାର୍ତ୍ତା ହେବି ଏବଂ ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରିବି। ଏବେ ‘ଏଫ୍ଆଇଆର୍’ ଦାଏର କରାଯାଇଛି। ମୁଁ ତାଙ୍କ ସହିତ କଥାବାର୍ତ୍ତା ହେବି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଏନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts