ପରୀକ୍ଷା ଦେବାକୁ ଯାଇଥିବା ବେଳେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଏସିଡ ମାଡ଼, ପ୍ରତିବାଦ କରିବାରୁ ଭାଇକୁ ଛୁରା ଭୁଷିଦେଲେ ଦୁର୍ବୁତ୍ତ: ଉଭୟ ଗୁରୁତର

କୁରୁକ୍ଷେତ୍ର: ହରିୟାଣାର କୁରୁକ୍ଷେତ୍ରର ଶହବାଦ ଅଞ୍ଚଳରେ ଅଘଟଣ | ଦୁର୍ବୁତଙ୍କ ଆକ୍ରମଣରେ ଭାଇ ଓ ଭଉଣୀ ଗୁରୁତର | ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଏସିଡ ମାଡ଼ ହୋଇଥିବା ବେଳେ, ଏହାକୁ ପ୍ରତିବାଦ କରିବାକୁ ନେଇ ଭାଇକୁ ଛୁରା ଭୁସି ଦେଇଛନ୍ତି ଦୁର୍ବୁତ୍ତ | ଫଳରେ ଉଭୟ ଭାଇ ଓ ଭଉଣୀ ଗୁରୁତର ଆହତ ହୋଇଛନ୍ତି | ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ଅନୁସାରେ, ପୀଡିତା ପରୀକ୍ଷା ଦେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା | ଅଭିଯୁକ୍ତ ଯୁବକ ଅନେକ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିଆସୁଥିଲା । ପୀଡିତା ଏହାକୁ ବିରୋଧ କରିବାରୁ ପରିବାରର ସମସ୍ତଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲା । ପୀଡିତାଙ୍କ ଦାଦା କହିଛନ୍ତି ଯେ, ତାଙ୍କର ଝିଆରୀ ପରୀକ୍ଷା ଦେବାକୁ ଯାଇଥିଲା । ତା’ ଉପରେ ଏସିଡ ମାଡ଼ କରାଯାଇଛି । ସେହିପରି ପୁତୁରା ଉପରେ ଅଭିଯୁକ୍ତ ଛୁରୀ ଭୁସିଦେଇଥିଲା । ଅଭିଯୁକ୍ତ ଯୁବକ ବହୁ ଦିନରେ ଏହି ଆକ୍ରମଣ ପାଇଁ ଯୋଜନା କରିଥିଲା ଓ ସୁଯୋଗ ଖୋଜୁଥିଲା ।

ତଦନ୍ତ ଅଧିକାରୀ ପରମଜୀତ କୌର କହିଛନ୍ତି ଯେ, ଏସିଡ ଆକ୍ରମଣ ନେଇ ସୂଚନା ମିଳିବା ପରେ ପୋଲିସ ଡାକ୍ତରଖାନାରେ ପହଞ୍ଚିଛି । ଅଭିଯୋଗ ମିଳିଛି । ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ସେପଟେ ଏହି ଘଟଣାକୁ ନେଇ ଚାପ ଉତେଜେନା ଦେଖାଦେଇଛି | ଅଭିଯୁତ୍ୱକୁ କଡ଼ାରୁ କଡା ଦଣ୍ଡ ଦେବା ନେଇ ସାଧାରଣରେ ଦାବି ହୋଇଛି |

Related Posts