ବିହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଶଙ୍କରଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ବିହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଶଙ୍କରଙ୍କ ଗିରଫ | ସିବିଆଇ ସୁଭାଷ ଶଙ୍କରଙ୍କୁ ଗିରଫ ସିବିଆଇ।ତାଙ୍କୁ ପିଏନବି ଦୁର୍ନୀତି ମାମଲାରେ ମୁମ୍ବାଇର କୋର୍ଟରେ ହାଜର କରାଯିବ। ଏହାପରେ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିବ ସିବିଆଇ।

ସୂଚନାଯୋଗ୍ୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୨ ହଜାରରୁ ଅଧିକ କୋଟି ଟଙ୍କାର ଜାଳିଆତି ମାମଲାରେ ସୁଭାଷ ଶଙ୍କର ମଧ୍ୟ ଅଭିଯୁକ୍ତ ଥିଲା। ସେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଥିଲା। ତାଙ୍କୁ ସିବିଆଇ ସ୍ୱତନ୍ତ୍ର ବିମାନ ଜରିଆରେ ଇଜିପ୍ଟର ରାଜଧାନୀ କାହିରାରୁ ମୁମ୍ବାଇ ଆଣିଛି। ସୁଭାଷଙ୍କ ବିରୋଧରେ ସିବିଆଇ ପକ୍ଷରୁ ରେଡ୍‌ କର୍ଣ୍ଣର୍‌ ନୋଟିସ୍ ଜାରି କରାଯାଇଥିଲା।

୪୯ ବର୍ଷିୟ ସୁଭାଷ ଶଙ୍କର ୨୦୧୮ରେ ନୀରବ ମୋଦି ଏବଂ ମେହୁଲ ଚୋକସିଙ୍କ ସମୟରେ ଭାରତ ଛାଡି ପଳାଇଥିଲେ। ସୁଭାଷ ପଳାତକ ନୀରବ ମୋଦିଙ୍କ ସବୁଠାରୁ ଘନିଷ୍ଠ ସହଯୋଗୀ। ଏବେ ସୁଭାଷଙ୍କୁ ମୁମ୍ବାଇ ଆଣିବା ପରେ ସିବିଆଇ ତାଙ୍କୁ ଗିରଫ କରିଛି। ତାଙ୍କୁ ପିଏନବି ଦୁର୍ନୀତି ମାମଲାରେ ମୁମ୍ବାଇର କୋର୍ଟରେ ହାଜର କରାଯିବ। ଏହାପରେ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିବ ସିବିଆଇ।

ସୂଚନା ମୁତାବକ, ସୁଭାଷ ନୀରବ ମୋଦିଙ୍କ ଏକ କମ୍ପାନୀରେ ଡିଜିଏମ ଫାଇନାନ୍ସ ଭାବରେ କାର୍ଯ୍ୟ କରୁଥିଲେ। ପିଏନ୍‌ବି ସ୍କାମ ମାମଲାରେ ପ୍ରମାଣ ନଷ୍ଟ କରିବା ସାକ୍ଷୀମାନଙ୍କୁ ଟାମ୍ପରିଂ କରିବା ଓ କିଛି କର୍ମଚାରୀଙ୍କୁ ଅପହରଣ କରି ତାଙ୍କୁ କାହିରା ନେଇଥିବା ନେଇ ସିବିଆଇ ନୀରବ ମୋଦିଙ୍କ ବିରୋଧରେ ଅଭିଯୋଗ କରିଥିଲା। ଏହାପୂର୍ବରୁ ସିବିଆଇ ନୀରବ ମୋଦି, ନିଶାଲ ମୋଦି ଓ ସୁଭାଷ ଶଙ୍କର ବିରୋଧରେ ଚାର୍ଜସିଟ୍‌ ଦାଖଲ କରିସାରିଛି।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଘଟିଥିବା ପ୍ରାୟ ୧୨ ହଜାର କୋଟି ଟଙ୍କାର ଦୁର୍ନୀତିରେ ନୀରବ ମୋଦିଙ୍କ ହାତ ରହିଛି। ଏହା ଜଣାପଡ଼ିବା ପୂର୍ବରୁ ସେ ସମସ୍ତଙ୍କୁ ଚକମା ଦେଇ ବ୍ରିଟେନ ଚାଲି ଯାଇଥିଲେ। ୨୦୧୮ରୁ ଉଭୟ ସିବିଆଇ ଓ ଇଡି ଏହି ଘଟଣାର ତଦନ୍ତ କରୁଛନ୍ତି। ଏବେ ଘନିଷ୍ଠ ସହଯୋଗୀ ସୁଭାଷ ଶଙ୍କର ଗିରଫ ହେବା ପରେ ଆହୁରି ଅନେକ ଦୁର୍ନୀତି ଘଟଣା ଉପରୁ ପରଦା ଉଠିବ ବୋଲି ଅନୁମାନ କରାଯାଉଛି |

Related Posts