ଉତ୍ତର ପ୍ରଦେଶରେ ମାତିଲେ ଲେମ୍ବୁ ଚୋର: ୬୦ କିଲୋ ଲେମ୍ୱୁ ଚୋରି

ନୂଆଦିଲ୍ଲୀ; ଖରା ଦିନ ଆରଂଭରୁ ଭାଉ ଦେଖାଇବା ଆରମ୍ଭ କରିଦେଇଛି ଲେମ୍ବୁ । ଲେମ୍ବୁ ର ଦାମ ଏବେ ଆକାଶ ଛୁଆଁ ରହିଛି। ତେବେ ଏହାରି ମଧ୍ୟରେ ଲେମ୍ବୁ କୁ ନେଇ ଉତ୍ତରପ୍ରଦେଶର ଶାହଜହାଁପୁର ଜିଲ୍ଲାରୁ ଆସିଛି ଚୋରିର ଅଭିଯୋଗ । ଚୋର ୬୦ କିଲୋ ଲେମ୍ୱୁ ସବ ରଷୁଣ, ପିଆଜ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ତେବେ ଆଗରୁ, ସୁନା, ରୂପା ଓ ମୂଲ୍ୟବାନ ଜିନିଷ ଚୋରି ହେଇଥିବା ଅଭିଯୋଗ ଆସୁଥିବା ବେଳେ, ଏବେ ଲେମ୍ବୁ ଚୋରି ହେବା ଘଟଣା ଅଂଚକରେ ଚାଞ୍ଚଲ୍ୟ ଖେଳାଇଛି।

ଘଟଣାଟି ଜିଲ୍ଲାର ତିଲହର ଅଞ୍ଚଳରେ ଘଟିଛି। ଏଠାରେ ଲେମ୍ୱୁର ଦରବୃଦ୍ଧିର ପ୍ରଭାବ ସବୁଠୁ ଅଧିକ ଦେଖିବାକୁ ମିଳିଛି। ପରିବା ବ୍ୟବସାୟୀ ମନୋଜ କଶ୍ୟପ କହିଛନ୍ତି, ପରିବା ବଜାରରେ ତାଙ୍କର ଗୋଟିଏ ଦୋକନ ରହିଛି। ଦୋକାନ ଆଗରେ ରାତିରେ ପରିବା ରଖିବା ପାଇଁ ଗୋଦାମ ଅଛି। ରବିବାର ସକଳେ ଦୋକାନରେ ପହଞ୍ଚିବା ବେଳେ ତାଲା ଭଙ୍ଗାଯାଇଥିବା ମନୋଜ ଦେଖିବାକୁ ପାଇଥିଲେ।ସବୁ ସାମନ ରାସ୍ତାରେ ପଡିଥିଲା। ତାଙ୍କ ଗୋଦାମରୁ ୬୦ କିଲୋ ଲେମ୍ୱୁ, ୪୦ କିଲୋ ପିଆଜ, ୩୮ କିଲୋ ରଷୁଣ ଚୋରି ହୋଇଛି। ମନୋଜ କହିଛନ୍ତି, ହୋଲସେଲରେ ଲେମ୍ୱୁ କିଲୋ ୨୦୦ ଟଙ୍କାରେ ବିକ୍ରି ହେଉଛି। ମଣ୍ଡିରେ ଲେମ୍ୱୁ କିଲୋପ୍ରତି ୨୫୦ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Posts