ଆଜି ପବିତ୍ର ଶ୍ରୀରାମ ନବମୀ; ମର୍ଯ୍ୟାଦା ପୁରୁଷତ୍ତୋମ ଭଗବାନ ଶ୍ରୀରାମଙ୍କ ଜନ୍ମ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀରାମ ନବମୀ | ମର୍ଯ୍ୟାଦା ପୁରୁଷତ୍ତୋମ ଭଗବାନ ଶ୍ରୀରାମଙ୍କ ଆଜି ଜନ୍ମ ଦିନ | ଦୀର୍ଘ ଦୁଇବର୍ଷ ଧରି କରୋନା ପାଇଁ ଭଗବାନଙ୍କ ଏ ଉତ୍ସବରୁ ଦୂରେଇ ରହିଥିବା ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି । ଭଗବାନ ଆଉ ଭକ୍ତଙ୍କ ମିଳନ ହେବ । ରାଜ୍ୟର ସମସ୍ତ ମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି | ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାମଜନ୍ମ ନୀତି। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ଡପରେ ଏହି ଜନ୍ମନୀତି ପାଳନ ହେବ। ରାମ ଜନ୍ମ ଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା, ସୀତାବିବାହ ସହ ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ପାଳନ ହେବ।

ସେହିପରି ଆଜିଠାରୁ ବିଭିନ୍ନ ସାହିରେ ସାହିଯାତ କରାଯାଇ ଏହି ରାମଲୀଳା ପର୍ବକୁ ପାଳନ କରିବାର ପରମ୍ପରା ରହିଛି। କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ଧରି ଏହି ସାହିଯାତର ବିଭିନ୍ନ ପର୍ଯ୍ୟାୟକୁ ନିରାଡ଼ମ୍ୱର ଭାବେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏହାକୁ ବେସ୍ ଧୁମଧାମରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।

ପୁରୀ ରେଳଷ୍ଟେସନ ନିକଟ ଶ୍ରୀରାମ ମନ୍ଦିର ସକାଳୁ ସକାଳୁ ଭକ୍ତଙ୍କ ଭିଡ ଜମିଛି। ପ୍ରଭୁ ଶ୍ରୀରାମଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖୁଥିବା ଭକ୍ତ ଶ୍ରଦ୍ଧାଳୁ ମାନେ ସକାଳୁ ମନ୍ଦିର ଆସି ଦର୍ଶନ କରୁଛନ୍ତି। ଭକ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀରାମ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

Related Posts