ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ୧୪୪ ଧାରା ଲାଗୁ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ରମଜାନ୍‌, ଇଦ୍‌-ଉଲ୍‌-ଫିତର, ଆମ୍ବେଦକର ଜୟନ୍ତୀ, ଗୁଡ ଫ୍ରାଇଡେ, ଇଷ୍ଟର ସମେତ ଅନ୍ୟ ପର୍ବପର୍ବାଣୀ ପାଇଁ ଶନିବାର ଜରୁରୀକାଳୀନ ଭାବେ ୧୪୪ ଧାରା ଲାଗୁ କରିଦିଆଯାଇଛି । ଯାହା ଆସନ୍ତା ମେ’ ୧୦ ପର୍ଯ୍ୟନ୍ତ କଟକଣା ଜାରି ରହିବ ।

ସଂଯୁକ୍ତ ପୋଲିସ ଆୟୁକ୍ତ ପୀୟୁଷ ମୋର୍ଡିଆ କହିଛନ୍ତି ଯେ, କୋଭିଡ ମହାମାରୀ ଦୃଷ୍ଟିରୁ ଜାରି କେନ୍ଦ୍ର ସରକାରଙ୍କ ଗାଇଡଲାଇନ, କାର୍ଯ୍ୟକ୍ରମ, ପର୍ବପର୍ବାଣୀ ଓ ସମସ୍ତ ପ୍ରବେଶିକା ପରୀକ୍ଷା ଆୟୋଜନ କରିବା ଲାଗି ସ୍ୱତନ୍ତ୍ର ସତର୍କତା ରିହବା ଜରୁରୀ । ତମାମ ପାର୍ଟି କର୍ମକର୍ତ୍ତା, ଭାରତୀୟ କିଷାନ ସଂଗଠନ ଓ ପ୍ରଦର୍ଶନକାରୀଙ୍କ ଧାରଣା-ପ୍ରଦର୍ଶନରୁ ଶାନ୍ତି ବ୍ୟବସ୍ଥା ଭଙ୍ଗ ହୋଇପାରେ । ଏଥି ପାଇଁ ପ୍ରତିବନ୍ଧାତ୍ମକ ଧାରା ଲଗାଯାଇଛି । ଏଥି ପାଇଁ ପୋଲିସ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । କୋଭିଡ ଗାଇଡଲାଇନ ଅନୁସାରେ ଜିମ, ସୁଇମିଂ ପୋଲ ଓ ୱାର୍ଟର ପାର୍କ ଖୋଲିବ ।

Related Posts