ମସଜିଦ ଭିତରେ ଦେଶ ବିରୋଧୀ ଏବଂ ହିଂସା ସୃଷ୍ଟି କରୁଥିବା ସ୍ଲୋଗାନ ଦେବା ଘଟଣା: ୧୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଶ୍ରୀନଗର ଜାମିଆ ମସଜିଦ ଭିତରେ ଦେଶ ବିରୋଧୀ ଏବଂ ହିଂସା ସୃଷ୍ଟି କରୁଥିବା ସ୍ଲୋଗାନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ।ଦେଶ ବିରୋଧୀ ସ୍ଲୋଗାନ ଦେବା ନେଇ ଗିରଫ ହୋଇଛନ୍ତି ୧୩ ଜଣ ଅଭିଯୁକ୍ତ । ଶୁକ୍ରବାର ପ୍ରାର୍ଥନା ପରେ ମସଜିଦ ଭିତରେ କିଛି ଯୁବକ ମାନେ ଦେଶ ବିରୋଧି ସ୍ଳୋଗାନ ଦେଇଥିଲେ ।

ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ମସଜିଦ ଭିତରେ ପ୍ରଥମେ ଡର୍ଜନରୁ ଅଧିକ ଲୋକେ ଦେଶ ବିରୋଧୀ ନାରା ଦେଇଥିଲେ। ପରେ ଅନ୍ୟ କିଛି ଜଣ ମଧ୍ୟରେ ଏଥିରେ ସାମିଲ ହୋଇଥିଲେ। ସେଠାରେ ଥିବା ଅନ୍ୟ ଲୋକେ ଏଥିରୁ ନିଜକୁ ଦୂରେଇ ରଖିଥିଲେ। ଏପରିକି ଦେଶ ବିରୋଧରେ ନାରାବାଜି କରୁଥିବା ଉପଦ୍ରବୀ ଏବଂ ଇନ୍ତେସାମିଆ କମିଟିର ସ୍ୱେଚ୍ଛାସେବୀ ଯେଉଁମାନେ ଏହାକୁ ବିରୋଧ କରିଥିଲେ ସେମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପରେ ସ୍ୱେଚ୍ଛାସେବୀମାନେ ଉପଦ୍ରବୀଙ୍କୁ ମସଜିଦରୁ ବାହାର କରିଥିଲେ। ଅଭିଯୁକ୍ତମାନେ ମସଜିଦ ବାହାରେ ମଧ୍ୟରେ ସେହିପରି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। କିନ୍ତୁ ପୋଲିସ ଉପସ୍ଥିତି ଦେଖି ୨ରୁ ୩ ମିନିଟ ଭିତରେ ସେଠାରୁ ଚାଲିଯାଇଥିଲେ।

ଏହା ବିରୁଦ୍ଧରେ ନୱହଟ୍ଟା ପୋଲିସ ଥାନାରେ ଧାରା ୧୨୪ ଏ ଏବଂ ୪୪୭ ଅନୁସାରେ ମାମଲା ରୁଜୁ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଏହା ପାକିସ୍ତାନରୁ ପରିଚାଳିତ ଆତଙ୍କୀ ସଗଂଠନ ଦ୍ୱାରା ରଚାଯାଇଥିବା ସୁଚିନ୍ତିତ ଷଡଯନ୍ତ୍ର ବୋଲି ଜଣାପଡିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବସରତ ନବି ଭଟ ଏବଂ ଉମର ମନଜୁର ଶେଖଙ୍କୁ ପୋଲିସ ପ୍ରଥମେ ଅଟକ ରଖିବା ପରେ ଗିରଫ କରାଯାଇଥିଲା। ଏହାସହ ଏହି ମାମଲାରେ ଅନ୍ୟ ୧୧ ଜଣଙ୍କୁ ମଧ୍ୟ ଗରିଫ କରାଯାଇଛି।

Related Posts