ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ

ପୁରୀ: ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ । ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି | ଗତ ଶନିବାର ରାତିରେ ଚୁଲି ଭାଙ୍ଗିବା ଘଟଣାକୁ ତର୍ଜମା କରିଛନ୍ତି ଶ୍ରୀଯୁକ୍ତ ଯାଦବ । ଶ୍ରୀମନ୍ଦିରକୁ କିଭଳି ଅଧିକ ସୁରକ୍ଷା ଦିଆଯାଇ ପାରିବ ସେ ନେଇ ଅନୁଧ୍ୟାନ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ IAS ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ ବୀର ବିକ୍ରମ । ଶନିବାର ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଅଧିକାରୀ ବୀର ବକ୍ରମ ଯାଦବଙ୍କୁ ପୁର୍ତ୍ତ ବିଭାଗ ପ୍ରମୁଖ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଏଥି ସହିତ ୧୯୯୬ ବ୍ୟାଚର ଆଇଏଏସ ଶ୍ରୀ ଯାଦବଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ରୂପେ ଅତିରିକ୍ତ ଦାୟିତ୍ବ ମିଳିଛି।

Related Posts