କ୍ୟାମେରା ମାନସ ସ୍ୱାଇଁ ହତ୍ୟାମାମଲା; ବାଉଁଶ ଓ କାଠ ଫାଳିଆରେ ପିଟିପିଟି ମାନସଙ୍କୁ କରାଯାଇଥିଲା ହତ୍ୟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରା ମାନସ ସ୍ୱାଇଁ ହତ୍ୟାମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାପରେ ଲାଗିଛି । ଏହା ମଧ୍ୟରେ ମାନସଙ୍କୁ ବାଉଁଶ ଓ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଥିବାର ସୂଚନା ମିଳିଛି । ସେପଟେ ହତ୍ୟାରେ ବ୍ୟବହୃତ ୪ଟି ବାଉଁଶ ଓ କାଠ ଫାଳିଆ ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଦୟାଲ ଆଶ୍ରମରୁ ଜବତ କଲା କ୍ରାଇମବ୍ରାଞ୍ଚ। କେୟାର ଟେକରଙ୍କ ସୂଚନା ଅନୁସାରେ ଜବତ କଲା କ୍ରାଇମବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଚାପରେ କେୟାର ଟେକର ଫିଙ୍ଗି ଦେଇଥିବା ସ୍ୱୀକାର କଲା କେୟାରଟେକର। ଜବତ ୪ ବାଉଁଶ ଓ କାଠ ଫାଳିଆକୁ ପରୀକ୍ଷା ପାଇଁ ପଠାଯାଇଥିଲା। ମାନସଙ୍କୁ ସମ୍ଭବତଃ ଏଥିରେ ମରାଯାଇଥିବା ମତଦେଲେ କଟକ ଏସିବି ମେଡିକାଲ ଏଫଏମଟି ବିଭାଗ ପ୍ରଫେସର। ଅନ୍ୟପଟେ ଶର୍ମିଷ୍ଠାଙ୍କ ଅଫିସ୍ରେ କ୍ୟାମେରାମ୍ୟାନ୍ ଭାବେ କାମ କରୁଥିଲେ ମାନସ ସ୍ୱାଇଁ।

ପରବର୍ତ୍ତୀ ସମୟରେ ମାନସ ଚାକିରି ଛାଡ଼ି ଦେଇଥିଲେ। ସେ ଫେବ୍ରୁଆରୀ ୬ ତାରିଖରେ ବିବାହ ଶୁଟିଂ କରିବା ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁକୁ ଯାଇଥିଲେ। ତା’ପର ଦିନ ଅର୍ଥାତ ୭ ତାରିଖରେ ସେ ସାଙ୍ଗଙ୍କ ଭୁବନେଶ୍ୱର ଫେରୁଥିଲେ। ହେଲେ ଅଧା ରାସ୍ତାରୁ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଅପହରଣ କରିନେଇଥିଲେ। ତାଙ୍କୁ ସିଧା ଭୁବନେଶ୍ୱର ସ୍ଥିତ ଦୟାଲ୍ ଆଶ୍ରମକୁ ନେଇ ଆସିଥିଲେ। ସେଠାରେ ତାଙ୍କୁ ବାଉଁଶ ଓ କାଠ ଫାଳିରେ ପ୍ରବଳ ପିଟିଥିଲେ। ପିଟୁଥିବା ବେଳେ ମାନସଙ୍କ ମୃତ୍ୟୁ ଘଟିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Related Posts