ରାଜଧାନୀରେ ମାତିଛନ୍ତି ଲୁଟେରା: ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକ SBI ଏଟିଏମ ଲୁଟ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଅପରାଧ ଓ ଲୁଟ, ଡକାୟତି ଭଳି ସଂଘିନ ଘଟଣା ଦିନକୁ ଦିନ ବଢିବାକୁ ଲାଗିଛି | ଦିନ ଦୁହିଁପ୍ରହରରେ ଲୁଟେରା ବା ଅପରାଧୀ ମାନେ ଅପରାଧ ଘଟାଉଛନ୍ତି | ବେଫିକର ହୋଇ ଅପରାଧ ଘଟେଇବାରେ ଲାଗିଛନ୍ତି | ତେବେ ଏହାରି ମଧ୍ୟରେ ଲୁଟ ର ମଧ୍ୟ ଅନେକ ଖବର ସାମ୍ନାକୁ ଆସୁଛି | ରାଜଧାନୀରେ ଲୁଟେରା ମାନେ ମାତିଥିବା ବେଳେ, SBI ଏଟିଏମକୁ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା SBI ଏଟିଏମକୁ ଲୁଟିନେଇଛନ୍ତି ।

ସୋମବାର ବିଳମ୍ୱିତ ରାତ୍ରିରେ ଘଟିଛି ଘଟଣା । ଏଟିଏମ୍ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା ପଡିରହିଛି । ଏଟିଏମ୍ କୁ ଘୋଷାଡି ଘୋଷାଡି କିଛି ବାଟ ନେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ପୋଲିସ ପହଞ୍ଚି ଘଟମାରେ ଛାନଭିନ ଜାରି ରଖିଛି । ପାଖାପାଖି ଦୋକାନ ମାନଙ୍କରେ ଥିବା ସିସିଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ | ତେବେ ଏଟିଏମ୍ ମଧ୍ୟରେ ଥିବା ଟଙ୍କା କୁ ଦୁର୍ବୁତ୍ତ ମାନେ ନେଇଛନ୍ତି ନା ନାହିଁ, ସେନେଇ କିଛି ଖବର ହସ୍ତଗତ ହୋଇନାହିଁ |

Related Posts