ଠକେଇର ଶିକାର ହେଲେ ବଲିଉଡ ଅଭିନେତା ରାଜକୁମାର ରାଓ: ପାନ କାର୍ଡରେ କୌଣସି ବ୍ୟକ୍ତି ଜାଲିଆତି କରି ଲୋନ ନେଇଥିବା ଅଭିଯୋଗ

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ନିଜର ଚମତ୍କାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବେଳେ, ଏବେ ନିକଟରେ ଅଭିନେତା ଠକେଇର ଶିକାର ହୋଇଥିବା ଟୁଇଟରେ ସୂଚନା ଦେଇଛନ୍ତି, ଯାହା ଜାଣି ପ୍ରଶଂସକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଅଭିନେତାଙ୍କ ପାନ କାର୍ଡରେ କୌଣସି ବ୍ୟକ୍ତି ଜାଲିଆତି କରି ଲୋନ ନେଇ ଯାଇଛି। ଏହା ପରେ ଅଭିନେତା ସେହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ରାଜକୁମାର କହିଛନ୍ତି, ତାଙ୍କ ପାନ କାର୍ଡର ଦୁରୁପଯୋଗ କରାଯାଇ ଲୋନ ନିଆଯାଇଛି। ଏହି କାରଣରୁ ତାଙ୍କ କ୍ରେଡିଟ୍ ସ୍କୋର ପ୍ରଭାବିତ ହୋଇଛି। ଏବେ ଏହି ପୂରା ମାମଲାରେ ସେ ଟୁଇଟ୍ ଜରିଆରେ କ୍ରେଡିଟ୍ ଇନଫରମେସନ ବ୍ୟୁରୋ ଇଣ୍ଡିଆ ଲିମିଟେଡ୍(CIBIL)ର ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଅଭିନେତା କହିଛନ୍ତି, ମୋ ପାନ କାର୍ଡ ଦୁରୁପଯୋଗ କରାଯାଇ ମୋ ନାମରେ ୨୫୦୦ ଟଙ୍କାର ଛୋଟ ଲୋନ ନିଆଯାଇଛି। ଏହି କାରଣରୁ ମୋର ସିବିଲ ସ୍କୋର ପ୍ରଭାବିତ ହୋଇଛି। ଦୟା କରି ସିବିଲର ଅଧିକାରୀ ଏଥିରେ ସୁଧାର କରନ୍ତୁ ଏବଂ ଏହା ବିରୋଧରେ ସତର୍କତାମୂଳକ ପଦକ୍ଷେପ ନିଅନ୍ତୁ। ହେଲେ ଅଭିନେତାଙ୍କ ଟୁଇଟ୍ ଉପରେ ଏ ପର୍ଯ୍ୟନ୍ତ ସିବିଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Related Posts