କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ଦଶନ୍ଧି ପରେ ନାଗାଲାଣ୍ଡ, ଆସାମ ଏବଂ ମଣିପୁରରେ ହ୍ରାସ ହେବ AFSPA ଅଞ୍ଚଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦଶନ୍ଧି ଧରି ଭାରତ ସରକାର ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଅଧିନିୟମ ଅଧୀନରେ ନାଗାଲାଣ୍ଡ, ଆସାମ ଏବଂ ମଣିପୁର ରାଜ୍ୟରେ ଥିବା ବିଶୃଙ୍ଖଳିତ ଅଞ୍ଚଳକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ କରି ସୂଚନା ଦେଇଛନ୍ତି । ସେପଟେ ଦୀର୍ଘ ଦିନ ଧରି ଏହି ରାଜ୍ୟଗୁଡିକରୁ AFSPA ହଟାଇବାକୁ ଦାବି ହୋଇଆସୁଛି । ମଣିପୁରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ AFSPA ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହିଥିଲା । ଦଶନ୍ଧି ପରେ ଭାରତ ସରକାର ଏହି ରାଜ୍ୟଗୁଡିକରେ ଇୠଝଚଇ ଅଧୀନରେ ଥିବା କ୍ଷେତ୍ରକୁ ହ୍ରାସ କରିଛନ୍ତି ।

ଗୃହମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ପିଏମ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଦଶନ୍ଧି ପରେ ନାଗାଲାଣ୍ଡ, ଆସାମ ଏବଂ ମଣିପୁର ରାଜ୍ୟରେ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର ଶକ୍ତି ଅଧିନିୟମ ଅଧୀନରେ ଥିବା ଅଶାନ୍ତ ଅଞ୍ଚଳକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅମିତ ଶାହା ଉତ୍ତର-ପୂର୍ବର ଲୋକଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଦଶନ୍ଧି ଧରି ଭାରତର ଏହି ଅଂଶକୁ ଅଣଦେଖା କରାଯାଇଥିଲା, କିନ୍ତୁ କେନ୍ଦ୍ର ସରକାରଙ୍କ ଧ୍ୟାନ ଏହା ଉପରେ ଥିଲା ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts