ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପୁଅଙ୍କ କାର ଦୁର୍ଘଟଣାଗ୍ରସ୍ତ; ଟ୍ରାକ୍ଟରକୁ ଧକ୍କା ଦେଲା ଫର୍ଚୁନର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପୁଅଙ୍କ କାର ଦୁର୍ଘଟଣାଗ୍ରସ୍ତ । ଉତ୍ତର ପ୍ରଦେଶର ଜଲାଉଁ ଜିଲ୍ଲା ଆଲମପୁରରେ ଶନିବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଯୋଗେଶଙ୍କର ଫର୍ଚୁନର କାର ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇିଛି। ଯୋଗେସ କାର୍ରେ ଆସୁଥିବା ବେଳେ ରାସ୍ତାରେ ଏକ ଟ୍ରାକ୍ଟର ସହିତ ତାଙ୍କ ଗାଡ଼ିର ଧକ୍କା ହୋଇଥିଲା। ଏଥିରେ ଯୋଗେଶଙ୍କର ଫର୍ଚୁନର କାର୍ ପଛପଟ ସମୂର୍ଣ୍ଣ ଭାଙ୍ଗିଯାଇଛି।

ଏ ଖବରଟି ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଦୁର୍ଘଟଣା ହେବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଲୋକେ ଠୁଳ ହୋଇଯାଇଥିଲେ। ଖବରପାଇଁ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା। ତେବେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ବିଷୟରେ କୌଣସି ଖବର ଏପର୍ୟ୍ୟନ୍ତ ମିଳିପାରି ନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରଜାନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts