ଭୋପାଳୀର ଅର୍ଥ ସମଲିଙ୍ଗୀ କହି ଫସିଲେ ବିବେକ ଅଗ୍ନିହୋତ୍ରୀ; ତାଙ୍କ ବିରୋଧରେ ଥାନାରେ ରୁଜୁ ହେଲା ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ କଶ୍ମୀର ଫାଇଲ୍ସର ନିଦେ୍ର୍ଦଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବାର କଥା ସାମ୍ନାକୁ ଆସିଛି । ତେବେ ଭୋପାଳବାସୀଙ୍କୁ ସମଲିଙ୍ଗୀ କହିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାର ସୂଚନା ମିଳିଛି । ସେପଟେ ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ମୁମ୍ବାଇର ଭର୍ସୋଭା ପୁଲିସ୍ ଷ୍ଟେସନ୍ରେ ବିବେକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ୨୭ ବର୍ଷୀୟ ପିଆର୍ ମ୍ୟାନେଜର ରୋହିତ ପାଣ୍ଡେ। ରୋହିତ ନିଜେ ଭୋପାଳବାସୀ ହୋଇଥିବା ବେଳେ ତୁରନ୍ତ ତାଙ୍କ ମାମଲା ପଞ୍ଜିକୃତ କରାଯାଉ ବୋଲି ସେ ଦାବି କରିଛନ୍ତି।

ତେବେ ଏକ ସାକ୍ଷାତ୍କାର୍ରେ ବିବେକ କହିଥିଲେ ଯେ ଭୋପାଳବାସୀଙ୍କର ନୱାବୀ ଈଚ୍ଛା ପାଇଁ ଲୋକମାନେ ଅନେକ ସମୟରେ ତାଙ୍କୁ ସମଲିଙ୍ଗୀ ବୋଲି ଭାବନ୍ତି। ଏହି ସାକ୍ଷାତ୍କାରର ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ବିବାଦ ବଢ଼ିବାରେ ଲାଗିଛି। ଭାଇରାଲ୍ ହେଉଥିବା ଭିଡିଓରେ ବିବେକ କହୁଛନ୍ତି ” ମୁଁ ଭୋପାଳରୁ ଆସିଛି। କିନ୍ତୁ ମୁଁ ନିଜକୁ ଭୋପାଳି ବୋଲି କହେ ନାହିଁ। କାରଣ ଏହା ଲୋକମାନଙ୍କ ମନରେ ଗୋଟେ ଅଲଗା ଧାରଣ ସୃଷ୍ଟି କରେ। ଯଦି କେହି ଜଣେ ନିଜକୁ ଭୋପାଳୀ ବୋଲି କହେ ସାଧାରଣ ଲୋକମାନ ତାଙ୍କର ନୱାବୀ ଚିନ୍ତାଧାର ପାଇଁ ତାଙ୍କୁ ସମଲିଙ୍ଗୀ ବୋଲି ଭାବନ୍ତି ବୋଲି କହିଥିଲେ । ଏହା ପରେ ବିବେକ ଅଗ୍ନିହୋତ୍ରୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଥିଲା ।

Related Posts