ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ କେଶବ-ବ୍ରଜେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଅପରାହ୍ନ ସାଢ଼େ ୪ଟାରେ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ଛଡ଼ା ଅନ୍ୟ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆନନ୍ଦୀବେନ ପଟେଲ ତାଙ୍କୁ ଗୋପନୀୟତାର ସହ ଶପଥ ପାଠ କରାଇଥିଲେ । କେବଳ ଏତିକି ନୁହେଁ ବରଂ ଏହି ଶପଥ ଗ୍ରହଣ ସମାରୋହରେ ୫୨ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବାର ଯୋଜନା ରହିଛି ।

ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ କୋଶାମ୍ବି ଜିଲ୍ଲାର ସିରାଥୁ ଆସନରୁ ଶୋଚନୀୟ ପରାଜୟ ପରେ କେଶବ ମୌର୍ଯ୍ୟ ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ହେଲେ ବିଜେପି ହାଇକମାଣ୍ଡ ସବୁର ଅନ୍ତ ଘଟାଇ ପୁଣିଥରେ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଉପମୁଖ୍ୟମନ୍ତ୍ରୀ କରିଛନ୍ତି ।

Related Posts