ବୀରଭୂମ ହିଂସା ଘଟଣାର ଯାଞ୍ଚ କରିବ ସିବିଆଇ; ଏକ ସପ୍ତାହ ମଧ୍ୟରେ ସମସ୍ତ ରିପୋର୍ଟ ସିବିଆଇକୁ ଦାଖଲ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ବିରଭୂମ ଜିଲ୍ଲାରେ ହୋଇଥିବାର ହତ୍ୟାକାଣ୍ଡର ଯାଞ୍ଚ କରିବ ସିବିଆଇ । ଏନେଇ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାର ଦେଖିବାକୁ ମିଳିଛି । ଏହା ସହ ଏହି ଘଟଣାର ସମସ୍ତ ରିପୋର୍ଟକୁ ଏକ ସପ୍ତାହ ମଧ୍ୟରେ ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କୋଲିକତା ହାଇକୋର୍ଟ ଏହି ମାମଲାର ଶୁଣାଣିବେଳେ ରାଜ୍ୟ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ରାଜ୍ୟ ସରକାର ଏଥିରେ ପଶ୍ଚିମବଙ୍ଗ ପୁଲିସ ଏହାର ଅନୁସନ୍ଧାନ କରିବାକୁ ଦାବି କରିଥିଲା । ଏହା ସହ କୋର୍ଟ ସିବିଆଇକୁ ଏପ୍ରିଲ ୭ ତାରିଖ ସୁଦ୍ଧା ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ନିକଟରେ ତୃଣମୂଳ କଂଗ୍ରେସର ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ପ୍ରତିଶୋଧ ନେବା ପାଇଁ ୧୨ରୁ ଅଧିକ ଘର ଜାଳି ଦିଆଯାଇଥିଲା । ଏହି ଘଟଣାରେ ୧୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏପରିକି ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ଟିଏମସି ଘଟଣା ପାଇଁ ବିଜେପିକୁ ଦାୟୀ କରିଥିବାରବେଳେ ବିଜେପି ମମତାଙ୍କ ଶାସନ ଉପରେ ପ୍ରଶ୍ନ ଉଠାଇଥିବାର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଦେଖିବାର ବିଷୟ ଏହି ଘଟଣା ମୁଖ୍ୟ ଅଭିଯୁକ୍ତଙ୍କୁ କେବେ ଗିରଫ କରାଯାଉଛି ।

Related Posts