ଏଣିକି ଉତ୍ତରପ୍ରଦେଶର ସବୁ ମାଦ୍ରାସାରେ ପ୍ରତିଦିନ ଜାତୀୟ ସଙ୍ଗୀତ ଗାନ କରାଯିବ: ମାଦ୍ରାସା ବୋର୍ଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ ମେରଠର ମାଦ୍ରାସାରେ ପ୍ରତିଦିନ ଜାତୀୟ ସଂଗୀତ ଗାନ କରାଯିବ । ମଦ୍ରାସା ଖୋଲିବା ପରେ ଏହାକୁ ସକାଳେ ଗାନ କରାଯାଇପାରିବ । ତେବେ ଗତ ସପ୍ତାହରେ ଲକ୍ଷ୍ନୌରେ ଅନୁଷ୍ଠିତ ମଦ୍ରାସା ବୋର୍ଡ ବୈଠକରେ ଜାତୀୟ ସଙ୍ଗୀତ ଗାନ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏହା ଅଧୀନରେ ନୂତନ ଅଧିବେଶନରୁ ମେରଠ ସମେତ ରାଜ୍ୟର ସମସ୍ତ ମଦ୍ରାସାଗୁଡ଼ିକରେ ଜାତୀୟ ସଂଗୀତ ଗାନ କରିବା ବାଧ୍ୟତାମୂଳକ ହେବ। ମଦ୍ରାସା କ୍ୟାମ୍ପସ ଭିତରେ ଛାତ୍ର ଓ ଶିକ୍ଷକମାନେ ଜାତୀୟ ସଙ୍ଗୀତ ଗାନ କରିବେ । ମେରଠରେ ଅଲ ପି ସାହିବ ମଦ୍ରାସାର ନିର୍ଦ୍ଦେଶକ ରସିଦ ବାଗ କହିଛନ୍ତି ଯେ ଗତ ଦିନ ମଦ୍ରାସା ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ସେ କହିଛନ୍ତି ଯେ, ମଦ୍ରାସାରେ ଜାତୀୟ ଉତ୍ସବ ପାଳନ ଅବସରରେ ଜାତୀୟ ସଙ୍ଗୀତ ଗାନ କରାଯାଏ । କିନ୍ତୁ ବର୍ତ୍ତମାନ ଏହାକୁ ପ୍ରତିଦିନ ଗାନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।

ସେ କହିଥିଲେ ଯେ ମେରୁଟର ଅଧିକାଂଶ ମଦ୍ରାସାରେ ସକାଳର ପ୍ରାର୍ଥନା ସମୟରେ ଏହାକୁ ଗାନ କରାଯାଇଥାଏ । ଅନ୍ୟପଟେ ମେ ୨୦ ତାରିଖ ପରେ ମାଧ୍ୟମିକ ଶିକ୍ଷା ପରିଷଦର ବିଦ୍ୟାଳୟର ପରବର୍ତ୍ତୀ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ବର୍ଷ ଠାରୁ ସଂଖ୍ୟା ଲଘୁ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟ ମନଙ୍କରେ ଜାତୀୟ ଏକତା ଭାବନା ସୃଷ୍ଟି କରିବାକୁ ମଦ୍ରାସା ପରିଷଦ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତାଙ୍କ କହିବା କଥା, ରାଷ୍ଟିୟ ସଙ୍ଗୀତ ଆମ ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିବାକୁ ହୋଇଛି । ଏହା ପୂର୍ବରୁ କିଛି ମଦ୍ରାସାରେ ଏହି ସଙ୍ଗୀତକୁ ଗାନ ରାଯାଉଥିବାବେଳେ ଏବେ ରାଜ୍ୟର ସମସ୍ତ ମଦ୍ରାସାରେ ଏହାକୁ ବାଧ୍ୟତାମୂଳକ କରାଯିବ । ଏହାଦ୍ୱାରା ଆମେ ଯେଉଁ ଦେଶରେ ରହୁଛେ ତାହାର ଇତିହାସ ତଥା ସଂସ୍କୃତି ଜାଣିବାକୁ ପିଲାମାନଙ୍କୁ ଯଥେଷ୍ଟ ଖୋରାକ ମିଳିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts