ମାନସ ସ୍ୱାଇଁ ହତ୍ୟା ଘଟଣା: ଚାନ୍ଦବାଲି ଥାନରେ ପହଁଚିଲେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା ଉପରୁ ପରଦା ଉଠାଇବା ପାଇଁ ଦିନ ରାତି ଏକ କରିଦେଉଛି ପୋଲିସ । ପୋଲିସ ହାତରେ ମଧ୍ୟ ଏହି ହତ୍ୟା ଘଟଣା କୁ ନେଇ ଗୋଟିଏ ପରେ ଗୋଟିଏ ସୁରାଖ ଲାଗିବାରେ ଲାଗିଛି । ଗତକାଲି ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଥିବା ବେଳେ ଆଜି ଚାନ୍ଦବାଲି ଥାନରେ ପହଁଚିଲେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ ।

ସୂଚନାଯୋଗ୍ୟ, ଗତକାଲି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ୍‌ ଡିଜି । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ତଦନ୍ତ ପାଇଁ ଚାନ୍ଦବାଲି ଅଭିମୁଖେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗତକାଲି ବାହାରିଥିଲା । ସେହିପରି ଅନ୍ୟଏକ ଟିମ୍‌ ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ବାହାରିଥିବା ସୂଚନା ମିଳିଥିଲା ।

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଯାଜପୁର କାଳିଆପାଣି ଅଞ୍ଚଳରେ ୩ ଦିନ ଲୁଚି ରହିଥିବା ପୋଲିସ୍‌କୁ କାଲି ସୂଚନା ମିଳିଛି । ଏନେଇ ଖବର ଜଣାପଡିବା ପରେ ଶର୍ମିଷ୍ଠାଙ୍କ ଶାଶୁଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରି ଫେରିଥିବା ଜଣାପଡିଛି ।

ମାମଲାରେ ତଦନ୍ତକୁ ତ୍ୱରାନିତ ନେଇ ରାଜ୍ୟ ବାହାରକୁ ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଗସ୍ତ କରିଛି । କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ ଚାଲିଛି ଯାଞ୍ଚ ।

ଖବର ଅନୁଯାୟୀ, ମାନସ ସ୍ବାଇଁଙ୍କୁ ଫେବ୍ରୁଆରୀ ୭ ତାରିଖରେ ହତ୍ୟା କରାଯାଇଥିଲା । ଗୋଟିଏ ମାସ ୧୫ ଦିନ ବିତି ଗଲାଣି, ହେଲେ ଏବେ ଯାଏ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠର ପତ୍ତା ମିଳୁନି । ଦିନ ଯେତିକି ଗଡୁଛି ନୂଆ ନୂଆ ଚରିତ୍ରମାନ ଏଣ୍ଟ୍ରି ମାରୁଛନ୍ତି ଆଉ ବଦନାମ ହେଉଛନ୍ତି ।

Related Posts