ଆରପାରିରେ ପଶ୍ଚିମବଙ୍ଗର ଜଣାଶୁଣା ଅଭିନେତା ଅଭିଷେକ ଚାଟାର୍ଜୀ

କୋଲକାତା: ଆଖି ବୁଜିଲେ ପଶ୍ଚିମବଙ୍ଗର ଜଣାଶୁଣା ଅଭିନେତା ଅଭିଷେକ ଚାଟାର୍ଜୀ । ଆଜି ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। କିଛି ଦିନ ହେଲା ଅଭିଷେକ ଅସୁସ୍ଥ ଥିବା ବେଳେ, କିନ୍ତୁ କେଉଁ କାରଣ ରୁ ତାଙ୍କର ମୃତ୍ୟୁ ହୋଇଛି ଏନେଇ ସଠିକ୍ ରିପୋର୍ଟ୍ ମିଳିପାରିନାହିଁ ।

ବେଙ୍ଗଲ ଚଳଚ୍ଚିତ୍ର ଦୁନିଆରେ ଅଭିଷେକ ୧୯୮୬ରେ କ୍ୟାରିଅର ଆରମ୍ଭ କରିଥିଲେ। ତୁରଣ ମଜୁମଦାରଙ୍କ ନିର୍ଦ୍ଦେଶିତ ପାଠଭୋଲା ସିନେମାରେ ସେ ପ୍ରଥମେ ଅଭିନୟ କରିଥିଲେ। ବେଙ୍ଗଲର ପ୍ରଖ୍ୟାତ କଳାକାର ସନ୍ଧ୍ୟା ରୟ, ପ୍ରସନ୍ନଜିତ ଚାଟାର୍ଜୀ, ତାପସ ପଲ ଏବଂ ଉତ୍ପଳ ଦତ୍ତଙ୍କ ସହ ସେ କାମ କରିଛନ୍ତି। ଅଭିଷେକଙ୍କ ଅଭିନୀତି ଅନ୍ୟତମ ଫିଲ୍ମ ମଧ୍ୟରେ ‘ଓରା ଚାର୍ଜନ, ତୁମି କୋତୋ ସୁନ୍ଦର, ସୁରେରେ ଆକାଶେ, ତୋଫାନ, ମର୍ଯ୍ୟାଦା, ଅମର ପ୍ରେମ, ପାପି, ଜୀବନ ପ୍ରଦୀପ, ପୁରୁଷୋତ୍ତମ ଆବିର୍ଭାଆବ, ଅର୍ଜୁନ ଆମର ନାମ ଏବଂ ସବୁଜ ସାଥୀ ଆଦି ରହିଛି। ଭେଟାରାନ କଳାକାର ଅଭିଷେକ ଟେଲିଭିଜନରେ ମଧ୍ୟ କାମ କରିଛନ୍ତି। ରାମକୃଷ୍ଣ ମିଶନ ଆଶ୍ରମରେ ଅଭିଷେକ ହାଇସ୍କୁଲରେ ପାଠ୍ୟକ୍ରମ ଶେଷ କରିଛନ୍ତି।

ପରେ ସେ କୋଲକାତା ବିଶ୍ୱବିଦ୍ୟାଳୟ ଆନନଦ୍ରାମ ଜୟପୁରିଆ କଲେଜରେ ଅଧ୍ୟୟନ କରିଥିଲେ। ଅଭିଷେକଙ୍କ ଯାଦୁକରୀ ଅଭିନୟ ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁ ପାରିଥିଲା। ତାଙ୍କ ମୃତ୍ୟୁରେ ବେଙ୍ଗଲ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି। ଅନେକ ଅଭିନେତା ଶୋକ ସନ୍ତପ ପାରିବାର ପାଇଁ ସମବେଦନା ଜଣାଇଛନ୍ତି ।

Related Posts