ପୌର ନିର୍ବାଚନ: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ କାମ କରୁନି ଇଭିଏମ୍‌ ମେସିନ୍‌, ମତଦାନ ବାଧାପ୍ରାପ୍ତ

ଆଜି ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ଏନେଇ ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ ପକ୍ରିୟା । ହେଲେ କିଛି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଥିବା ଖବର ସାମ୍ନାକୁ ଆସିଛି । ଯାହାଫଳରେ ଭୋଟର ମାନେ ଭୋଟ ନଦେଇ ଫେରୁଛନ୍ତି ।

ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ କାମ କରୁନି ଇଭିଏମ୍‌ ମେସିନ୍‌ । ଯାହାଫଳରେ ଏବେ ଯାଏଁ ଆରମ୍ଭ ହୋଇପାରୁନି ମତଦାନ । ଇଭିଏମ୍‌ କାମ ନକରିବାରୁ ଭୋଟ ନଦେଇ ଫେରୁଛନ୍ତି ଭୋଟର । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୧୦୯ଟି ସହରାଞ୍ଚଳରେ ଥିବା ୪୩୭୩ଟି ବୁଥରେ ୪୦.୫୫ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ୫୬୯ ଜଣ ମେୟର ଓ ଅଧ୍ୟକ୍ଷ ପଦବୀ ସମେତ ମୋଟ୍‌ ୬୩୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ୬୧ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବ ବେଳେ ୩ଟି ୱାର୍ଡରେ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ନିର୍ବାଚନ ପାଇଁ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related Posts