କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଦିନକୁ ୩୦ ଥର କଲ କରୁଥିଲେ I&PR ନିର୍ଦ୍ଦେଶକ ନିରଞ୍ଜନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜଣେ ପରେ ଜଣେ ଅଭିଯୁକ୍ତ ଗିରଫ ହେବାରେ ଲାଗିଛନ୍ତି । ଏହା ମଧ୍ୟରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ପୁଲିସ ଗିରଫ କରିଥିଲା । ହେଲେ ଗିରଫ ପରେ ପୁଲିସ ତାଙ୍କ କଲ ଡିଟେଲ ଲୋକେସନରୁ ପାଇଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ତେବେ କଲ୍ ଡିଟେଲ ଲୋକେସନ ଅନୁଯାୟୀ, ମାନସ ନିଖୋଜ ପରଠୁ ନିରଞ୍ଜନ ଶର୍ମିଷ୍ଠାଙ୍କୁ ଦିନକୁ ୨୦ରୁ ୩୦ ଥର ଫୋନ୍ କରୁଥିଲେ। ଏପରିକି ଦିନେ ଶର୍ମିଷ୍ଠାଙ୍କୁ ୩୦ ଥର ଫୋନ୍ କରିଥିଲେ ନିରଞ୍ଜନ । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ କ’ଣ, କ’ଣ ପାଇଁ ନିରଞ୍ଜନ ବାରମ୍ବାର ଶର୍ମିଷ୍ଠାଙ୍କୁ ଫୋନ୍ କରୁଥିଲେ, କ’ଣ କଥା ହେଉଥିଲେ ତାହା ଏବେ ବି ରହସ୍ୟ ରହିଛି।

ସେପଟେ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଘଟଣାକୁ ପ୍ରାୟ ୧୫ ଦିନ ହେବାକୁ ବସିଥିବା ବେଳେ ଏପର୍ୟ୍ୟନ୍ତ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଟେର ପାଇପାରିନି ପୁଲିସ୍। ଓଡ଼ିଶା ବାହାରେ ୩ଟି ଟିମ୍ ଓ ଓଡ଼ିଶାରେ ଗୋଟିଏ ଟିମ୍ ଶର୍ମିଷ୍ଠାଙ୍କୁ ଖୋଜୁଥିବା ବେଳେ ଏପର୍ୟ୍ୟନ୍ତ ତାଙ୍କ ପତ୍ତା ପାଇପାରିନି ପୁଲିସ୍। ମାନସ ହତ୍ୟା ଘଟଣାର ପ୍ରାଥମିକ ତଦନ୍ତ ବେଳେ ଶର୍ମିଷ୍ଠାଙ୍କୁ ପଚରାଉଚୁରା ପାଇଁ ଡାକି କାହିଁକି ପୁଲିସ୍ ଛାଡ଼ି ଦେଲା ପ୍ରଶ୍ନର ଉତ୍ତରରେ ପ୍ରମାଣ ନଥିବାରୁ ଶର୍ମିଷ୍ଠାଙ୍କୁ ଛାଡ଼ିଥିଲୁ ବୋଲି ଭଦ୍ରକ ଏସପି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts