ଦିନେ ହାତରେ ଥିଲା ଦେଶର ଅର୍ଥବ୍ୟବସ୍ଥା: ଏବେ ହାତ ଖାଲି, ଆଜି ପେଟ ପୋଷିବାକୁ ଟାଣିବାକୁ ପଡ଼ୁଛି ଗାଡ଼ି: ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖାଲିଦ୍ ପାଏଣ୍ଡାଙ୍କର

ଚର୍ଚ୍ଚାରେ ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖାଲିଦ୍ ପାଏଣ୍ଡାଙ୍କର। ଦିନେ ଦେଶର ଅର୍ଥବ୍ୟବସ୍ଥା ତାଙ୍କ ହାତରେ ଥିବା ବେଳେ, କିନ୍ତୁ ଏବେ ସବୁ କିଛି ତାଙ୍କ ପାଇଁ ବଦଳି ଯାଇଛି । ସେ ଥିଲେ ଦେଶର ଅର୍ଥମନ୍ତ୍ରୀ। ହେଲେ ଆଜି ପେଟ ପୋଷିବାକୁ ଟାଣିବାକୁ ପଡ଼ୁଛି ଗାଡ଼ି। ସାଜିଛନ୍ତି ଉବେର ଡ୍ରାଇଭର। ଦିନ ରାତି ଡ୍ରାଇଭିଂ କରି ଯାହା ଦୁଇ ପଇସା ହେଉଛି ସେଥିରେ ଘର ତ ଚଳିଯାଉଛି, ହେଲେ ଅତୀତର ସେଇ ବିକଳ ଚିତ୍ର ବାରମ୍ବାର ମନକୁ ବ୍ୟଥିତ କରୁଛି। ଏହି କାହାଣୀ ହେଉଚି ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖାଲିଦ୍ ପାଏଣ୍ଡାଙ୍କର।

ତାଲିବାନ ଦଖଲ ପୂର୍ବରୁ ଖାଲିଦ ପାଏଣ୍ଡା ଆଫଗାନିସ୍ତାନର ଅର୍ଥମନ୍ତ୍ରୀ ଥିଲେ। ହେଲେ ଆଜି ସେ ଆମେରିକା ରାଜଧାନୀରେ ସାଜିଛନ୍ତି ଉବେର ଡ୍ରାଇଭର। ୬ ଘଣ୍ଟା ଡ୍ରାଇଭିଂ କରି ସେ କମାଉଛନ୍ତି ମାତ୍ର ୧୫୦ ଡଲାର। ଆମେରିକା ଖବରକାଗଜ ୱାଶିଂଟନ ପୋଷ୍ଟକୁ ସୂଚନା ଦେଇ ସେ ଏଭଳି କହିଛନ୍ତି।

ତାଲିବାନ ଆଫଗାନିସ୍ତାନ ଦଖଲ କରିବାର ସପ୍ତାହକ ପୂର୍ବରୁ ପାଏଣ୍ଡା ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଭୟରେ ଜୀବନ ବଞ୍ଚାଇବା ପାଇଁ ସେ ଆମେରିକା ଚାଲିଯାଇଥିଲେ। ୱାଶିଂଟନ ପୋଷ୍ଟକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ହଠାତ୍ ଏମିତି ଅବସ୍ଥାରେ ଆମେରିକାରେ ଆସିବାକୁ ପଡ଼ିଲା। ବର୍ତ୍ତମାନ ଖାପଖୁଆଇବାକୁ ଚଳିବାକୁ ପଡ଼ୁଥିଲେ ବି ପରିବାର ପାଇଁ ସେ କିଛି ବି କଲେ ସେ ଖୁସୀ ହେବେ। ତେବେ ଆଫଗାନିସ୍ତାନର ଏଭଳି ସ୍ଥିତି ପାଇଁ ସେ ଆମେରିକାକୁ ଦାୟୀ କରିଛନ୍ତି।

Related Posts