କୋଇଲା ସ୍କାମ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଟିଏମସି ଏମପି ଅଭିଷେକ ବାନାର୍ଜୀ

କୋଇଲା ସ୍କାମ ମାମଲାରେ ଛନ୍ଦି ହୋଇଛନ୍ତି ଟିଏମସି ଏମପି ଅଭିଷେକ ବାନାର୍ଜୀ | ଏନେଇ ଇଡି ପକ୍ଷରୁ ତାଙ୍କୁ ସମନ ଜାରି ହୋଇଛି | ମାତ୍ର ଇଡିର ସହି ସମନ କୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟିଏମସି ଏମପି ଅଭିଷେକ ବାନାର୍ଜୀ। ପଶ୍ଚିମବଙ୍ଗର କୋଇଲା ଦୁର୍ନୀତିରେ ମନରି ଲଣ୍ଡରିଂ ମାମଲାରେ ଅଭିଷେକ ଇଡି ଜାଲରେ ଫସିଛନ୍ତି। ଉଭୟ ସ୍ୱାମୀ ଅଭିଷେକ ଏବଂ ରୁଜିରା ମାର୍ଚ୍ଚ ୨୧ ଏବଂ ୨୨ରେ ଇଡି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ପୂର୍ବରୁ ଇଡିର ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ଅଭିଷେକ। ଯେହେତୁ ଉଭୟଙ୍କ ଘର ପଶ୍ଚିମବଙ୍ଗରେ ତେଣୁ ତାଙ୍କୁ ଦିଲ୍ଲୀ ଅଫିସକୁ ଡାକି ହଇରାଣ କରାଯାଉ ଥିବା ସେ ଅଭିଯୋଗ କରିଥିଲେ। ତେବେ ଏହି ଆବେଦନଟି ମାର୍ଚ୍ଚ ୧୧ରେ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇ ଯାଇଥିଲା। ଏହା ପରେ ଇଡି ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀଙ୍କୁ ଏକ ଫ୍ରେସ୍‌ ସମନ କରାଯାଇଥିଲା। ଉଭୟଙ୍କୁ ପୁଣି ଦଲ୍ଲୀରେ ହାଜର ହେବା ପାଇଁ ନୋଟିସ ହୋଇଛି। ଅଭିଷେକ ହେଉଛନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା। ଏବେ ସେ ଦିଲ୍ଲୀ ହାଇକୋର୍ଟ ଅର୍ଡ଼ର ବିରୋଧରେ ସୁପ୍ରିମକୋଟରେ ସେ ଏକ ସ୍ପଶାଲ ଲିଭ ପିଟିସନ୍‌ ଆବେଦନ କରିଛନ୍ତି।

୨୦୨୧ ମସିହା ସେପ୍ଟେମ୍ବର ୬ରେ ଅଭିଷେକ ଏହି ମାମଲାରେ ଇଡିରେ ହାଜର ହୋଇ ବୟାନ ରେକର୍ଡ କରାଇଥିଲେ। ଏହି ସମୟରେ ତାଙ୍କୁ ପ୍ରାୟ ୬ ଘଣ୍ଟା କାଳ ଜେରା କରାଯାଇଥିଲା। ତେବେ ଏହି ଜେରାରେ ଇଡି ସନ୍ତୁଷ୍ଟି ହୋଇନାହିଁ।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ଉଭୟ ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ କରୁଛନ୍ତି। ପ୍ରଥମେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପଶ୍ଚିମବଙ୍ଗ ଅନ୍ତର୍ଗତ ଆସାନସୋଲ୍‌ ଚାରିପଟେ ଥିବା କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍‌ଫିଲ୍‌ଡ୍‌ସ୍‌ ଲିମିଟେଡ୍‌’ର ଖଣିଗୁଡ଼ିକରୁ କୋଟି କୋଟି ଟଙ୍କାର କୋଇଲା ଚୋରିର ଅଭିଯୋଗ ହୋଇଥିଲା।

Related Posts