ମହାପ୍ରଭୁଙ୍କ ଦର୍ଶନ ଲାଗି ଖରାରେ ଡହଳ ବିକଳ ଭକ୍ତ: ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ହେଲା ଅଭିଯୋଗ

ରାଜ୍ୟରେ ସଂକ୍ରମଣ ତଳମୁହା ଥିବା ବେଳେ, ସ୍ଵାଭାବିକ ହୋଇଛି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ । ତେବେ ଖରା ବଢ଼ୁଥିବା ବେଳେ, ମହାପ୍ରଭୁଙ୍କ ଦର୍ଶନ ନେଇ ବଢ଼ୁଛି ଅବ୍ୟବସ୍ଥା । ଏନେଇ ଜାତୀୟ ମାନବାଧିକାର କମିଶନ(NHRC)ଙ୍କ ନିକଟରେ ହେଲା ଅଭିଯୋଗ । ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ ଲାଗୁଥିବା ବେଳେ ପ୍ରବଳ ଖରାରେ ଭକ୍ତମାନେ କଲବଲ ହେଉଛନ୍ତି । ଏହି ଘଟଣାର ସମାଧାନ ନେଇ ଜାତୀୟ ମାନବ ଅଧିକାର କମିଶନରେ ଏକ ଅଭିଯୋଗ ଦାଏର ହୋଇଥିବା ଜଣାପଡ଼ିଛି ।

ପ୍ରବଳ ଖରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଲବଲ ହେଉଛନ୍ତି ଭକ୍ତ । ଏନେଇ NHRCଙ୍କ ନିକଟରେ ଅଭିଯୋଗ ହୋଇଛି । ବଡ଼ଦାଣ୍ଡରେ ଲାଗୁଛି ଭକ୍ତଙ୍କ ଲମ୍ବା ଧାଡ଼ି । ପ୍ରବଳ ଖରାରେ କଲବଲ ହେଉଛନ୍ତି ଭକ୍ତ । ଏହି ଘଟଣାର ସମାଧାନ ନେଇ ଜାତୀୟ ମାନବ ଅଧିକାର କମିଶନରେ ଏକ ଅଭିଯୋଗ ଦାଏର ହୋଇଛି । ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆଙ୍କ ଅଭିଯୋଗକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଗତ କିଛି ବର୍ଷ ହେବ ଶ୍ରୀମନ୍ଦିରରେ ଦର୍ଶନ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।ଦର୍ଶନ ସମୟରେ ଯେତିକି ଶୃଙ୍ଖଳା ହେବା କଥା, ଭକ୍ତଙ୍କୁ ଯେତିକି ସୁବିଧା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବା କଥା ତାହା ହେଉନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତେବେ ଏହି ପ୍ରସଙ୍ଗ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପହଁଚିବା ପରେ ଏନଏଚଆରସି କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସଭିଙ୍କ ନଜର ।

Related Posts