ମାର୍ଚ୍ଚ ୨୧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଭର୍ଚୁଆଲ ମୋଡରେ ଆଲୋଚନା

ଆସନ୍ତା 21 ତାରିଖରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହେବେ ଦ୍ୱିପାକ୍ଷିକ ଆଲୋଚନା । ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଆଲୋଚନା କରିବେ। ଏହି ଭର୍ଚୁଆଲ ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ବେଳେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ଉପରେ ଆଲୋଚନା କରିପାରନ୍ତି। ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏହି ସୂଚନା ଦେଇଛନ୍ତି।

ଏହି ଦ୍ୱିପାକ୍ଷିକ ସମ୍ମିଳନୀକୁ ନେଇ ମୋରିସନ କହିଛନ୍ତି, ଆମେ ଆମର ବ୍ୟବସାୟ ତଥା ନିବେଶ ସମ୍ପର୍କକୁ ଅଧିକ ମଜବୁତ କରିବା ଉପରେ ଆଲୋଚନା କରିବୁ। ଦୁଇ ଦେଶର ଆର୍ଥିକ ବୃଦ୍ଧିକୁ ନେଇ ନୂଆ ଆର୍ଥିକ ସୁଯୋଗ ବାବଦରେ ଆଲୋଚନା କରିବୁ। ୟୁକ୍ରେନ ସ୍ଥିତି ଏବଂ ହିନ୍ଦ ପ୍ରଶାନ୍ତ ମହାସାଗର ତଥା ମିଆଁମାର ଏପରେ ଏହାର ପ୍ରଭାବ ଉପରେ ଆଲୋଚନା କରିବୁ।

ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏହଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ ମାର୍ଚ୍ଚ ୨୧ରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀର ଆୟୋଜନ କିରବେ। ସେ କହିଛନ୍ତି ଗତି କିଛି ବର୍ଷରେ ଭାରତ ଏବଂ ଅଷ୍ଟ୍ରେଲିଆର ସମ୍ପର୍କ ଅଧିକ ମଜବୁତ ହୋଇଛି। ବ୍ୟବସାୟ ସହ ଅନ୍ୟ କ୍ଷେତ୍ରରେ ଦୁଇ ଦେଶଙ୍କ ସମ୍ପର୍କ ପ୍ରଗାଢ ହୋଇଛି । ଆଗକୁ ମଧ୍ୟ ଯେପରି ଏହି ସଂପର୍କ ଆହୁରି ମଜଭୂତ ହେବ ସେନେଇ ଆଲୋଚନା ହେବ ।

Related Posts