କଂଗ୍ରେସ ପାର୍ଟି ସୁପ୍ରିମୋଙ୍କ ନିର୍ଦେଶ ପରେ ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଆକ୍ସନ ମୁଡ଼ ରେ କଂଗ୍ରେସ | ପରାଜୟର କାରଣ ଖୋଜା ଚାଲିଥିବା ବେଳେ, ୫ ଘଣ୍ଟାର ମାନସ ମନ୍ଥନ ପରେ ଆକ୍ସନ ମୋଡରେ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ପାର୍ଟି ସୁପ୍ରିମୋ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରର ପିସିସି ଅଧ୍ୟକ୍ଷଙ୍କ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ, ଆଜି ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ ।

ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସ ପାର୍ଟିର ସାଧାରଣ ସଂପାଦକ ରଣଦୀପ ସୁରଜେଓ୍ଵାଲା ଟୁଇଟ୍ କରି ସୂଚନା ଦେଇଛନ୍ତି, ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନର ପରିଣାମ ପରେ ପାର୍ଟି ରାଜ୍ୟ ସଂଗଠନର ପୁନର୍ଗଠନ ଦିଗରେ ଆଗକୁ ବଢୁଛି। ତେଣୁ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରର ସମସ୍ତ ରାଜ୍ୟ ପ୍ରଦେଶ ଅଧ୍ୟକ୍ଷଙ୍କୁ ଇସ୍ତଫା ଦେବାକୁ କହିଛନ୍ତି।

ସୋନିଆଙ୍କ ଏହି ନିର୍ଦ୍ଦେଶ ପରେ ନବଜୋତ ସିଂହ ସିଦ୍ଧୁଙ୍କ ହାତରୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଯାଇଛି | ସେ ନିଜ ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି |

Related Posts