ଆମେରିକା ଦୂତାବାସ ଉପରେ ମିସାଇଲ ମାଡ

ଭୁବନେଶ୍ୱର(ସତ୍ୟପାଠ): ଆମେରିକା ଦୂତାବାସ ଉପରେ ମିସାଇଲ ମାଡ । ବାଲାଷ୍ଟିକସ୍ତିତ ଆମେରିକାର ଦୂତାବାସ ଉପରେ ମିଶାଇଲ ମାଡ ହେବା ପରେ ଦୂତାବାସ ପରିସରେ ଭୟଙ୍କର ଧରଣର ନିଆଁ ଲାଗିଛି। ସେପଟେ ଇଷ୍ଟର୍ଣ୍ଣ ୟୁରୋପିୟନ୍‌ ମିଡିଆ ନେକ୍ଟା ମୁତାବକ, ଇରାନ୍‌ ଅଞ୍ଚଳରୁ ଏରବିଲ୍‌ ଉପରେ ରକେଟ୍‌ ହମଲା ହୋଇଛି। ଇରାକର ସୁରକ୍ଷା ବାହିନୀର ଅଧିକାରୀମାନେ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ କେତେ ଜଣ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ଖବର ନାହିଁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଅନ୍ୟପଟେ ଆମେରିକାର ଦୂତାବାସ ଉପରେ ୬ଟି ବାଲିଷ୍ଟିକ୍ ମିସାଇଲ ମାଡ କରାଯାଇଥିବା ନେଇ ଆଉ କିଛି ଇରାନର ସମାଚାର ଏଜେନ୍ସି ସୂଚନା ଦେଇଛନ୍ତି । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଇରବିଲ୍ ଆଡକୁ ତାବ୍ରିଜ୍ ଇରାନର ଖାସାବାଦ ବେସରୁ ୬ ଟି ଫତେହ -101 କ୍ଷେପଣାସ୍ତ୍ର ବୋଧହୁଏ ଉତକ୍ଷେପଣ କରାଯାଇଛି। ଅନ୍ୟପକ୍ଷରେ ଆମେରିକାର ସୈନ୍ୟବାହିନୀ ଏହି ଆକ୍ରମଣ ସମ୍ପର୍କରେ ତୁରନ୍ତ କିଛି କହିବାକୁ ମନା କରିଦେଇଛନ୍ତି। ତେବେ ଆମେରିକା ଦୂତାବାସ ଉପରେ କିଏ ଏହି ରକେଟ୍‌ ମାଡ କରିଛି? ସେ ନେଇ ବର୍ତ୍ତମାନ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ।

Related Posts