‘ ମୋ ସରକାର ‘ ଇମ୍ପାକ୍ଟ ଗଞ୍ଜେଇ ମାଫିଆ ରାକେଟରେ ମାଲକାନଗିରି ପୋଲିସ

ସତ୍ୟପାଠ ବ୍ୟୁରୋ, ୧୩/୦୩ : ମୋ ସରକାର ରେ ଯେଉଁ ଦୁଇଟି ବିଭାଗକୁ ପ୍ରଥମେ ସାମିଲ କରାଯାଇଥିଲl ସେ ଦୁଇଟି ହେଲା ସ୍ଵାସ୍ଥ୍ୟ ଓ ପୋଲିସ ବା ଗୃହ ବିଭାଗ। ପୋଲିସ ର ଆଚାର ବ୍ୟବହାର ର ସଂସ୍କାର ହେବ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅଥଚ ଗୋଟିଏ ପରେ ଗୋଟିଏ ପୋଲିସ ଅଧିକାରୀ ଓ କର୍ମଚାରୀ ଚୋରା ଗଞ୍ଜେଇ ରାକେଟ ର ମୁଖ୍ୟ କାର୍ପଟଦାର ଭାବରେ ଧରାପଡ଼ିଛନ୍ତି।

ବାଡ଼ କିଭଳି କ୍ଷେତ ଖାଏ ତାହାର ବଡ ଉଦାହରଣ ହେଉଛି ରାଜ୍ୟ ପୋଲିସ। ଗଞ୍ଜେଇ ଚୋରା ବେପାରୀଙ୍କୁ ସହଯୋଗ କରିବା ଓ ନିଜେ ମଧ୍ୟ ଗଞ୍ଜେଇ ଚୋରା କାରାବର କରିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ପୁଲିସ ଜଣେ ପୁଲିସ ଏଏସଆଇଙ୍କ ସହ ଅନ୍ୟ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ଥାନା କାର୍ତ୍ତନପାଲି ପୋଲିସ ଫାଣ୍ଡିରେ କାର୍ଯ୍ୟରତ ଜୟଦେବ ଖରା ନାମକ ଜଣେ ପୁଲିସ ଏଏସଆଇ ଗତ କିଛି ଦିନ ତଳେ ଗଞ୍ଜେଇ ଚୋରାଚାଲାଣ କାରୀଙ୍କୁ ସହଯୋଗ କରିଥିବାର ଅଭିଯୋଗ ହୋଇଥଲା। ଏହାର ସତ୍ୟାସତ୍ୟ ପାଇଁ ମାଲକାନଗିରି ଏସପି ଏହି ଘଟଣାର ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ କରିଥିଲେ। ତଦନ୍ତରେ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଏଏସଆଇ ସହଯୋଗ କରିଥିବାର ପ୍ରମାଣ ମିଳିବା ପରେ ତାଙ୍କ ନାମରେ ମାଲକନଗିରି ଥାନା କେସ ନମ୍ବର ୧୨୪/୨୨ ରେ ଏକ ମକଦ୍ଦମା ରୁଜୁ କରାଯାଇ ତାଙ୍କୁ ମାଲକାନଗିରି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବାର ପୁଲିସ ସୂତ୍ରରୁ ଜଣା ପଡିଛି।

Related Posts