17 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। ଅନେକ ଦେଶ ୟୁକ୍ରେନ ସପକ୍ଷରେ ରହି ଋଷ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ, ଏହାରି ମଧ୍ୟରେ
ବିଶ୍ବର ଅନ୍ୟତମ ଶ୍ରେଷ୍ଠ ‘ସ୍ନାଇପର୍’ ୱାଲି ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛନ୍ତି। ଋଷ ବିପକ୍ଷରେ ଅସ୍ତ୍ର ଉଠାଇଛନ୍ତି।
‘ରୟାଲ୍ କାନାଡିଆନ୍ ୨୨ଶ ରେଜିମେଣ୍ଟ୍’ରୁ ଅବସର ନେଇଥିବା ୱାଲି କହିଛନ୍ତି, ରୁଷ୍ ବିରୋଧରେ ଦେଶର ଲଢ଼େଇରେ ଯୋଗ ଦେବା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ବିଦେଶୀମାନଙ୍କୁ ଡାକରା ଦେବା ବେଳେ, ଆଲାର୍ମ ବାଜିଲେ ଦମକଳ କର୍ମଚାରୀଙ୍କୁ ଯେମିତି ଲାଗେ ମୋତେ ଠିକ୍ ସେମିତି ଲାଗିଲା।
ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ଦିନ ୟୁକ୍ରେନ୍ରେ ପହଞ୍ଚିବା ପରେ ୨ ଦିନ ମଧ୍ୟରେ ୱାଲି ୬ଜଣ ରୁଷୀୟ ସୈନିକଙ୍କୁ ହତ୍ୟା କରିଛନ୍ତି।
ନିକଟରେ ଗୋଟାଏ ସାକ୍ଷାତ୍କାରରେ ଏହି ପ୍ରସିଦ୍ଧ ‘ସ୍ନାଇପର୍’ କହିଥିଲେ, ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ଏଇଟା ପ୍ରକୃତ କଥା। ରୁଷୀୟ ନ ହୋଇ ୟୁରୋପୀୟ ହେବାକୁ ମନ ବଳାଉଥିବାରୁ ଏଠାକାର ଜନସାଧାଣଙ୍କ ଉପରେ ବୋମା ବୃଷ୍ଟି ହେଉଛି।
ଦିନକରେ ୪୦ଜଣଙ୍କୁ ଗୁଳି କରି ମାରିବାର ସାମର୍ଥ୍ୟ ଥିବାରୁ ୱାଲିଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ‘ସ୍ନାଇପର୍’ କୁହାଯାଏ। ୪୦ ବର୍ଷିୟ ୱାଲି ହେଉଛନ୍ତି ଜଣେ ଫରାସୀ-କାନଡୀୟ କମ୍ପ୍ୟୁଟର୍ ବୈଜ୍ଞାନିକ। ୨୦୦୯ରୁ ୨୦୧୧ ମଧ୍ୟରେ ସେ ଦୁଇଥର ଆଫଗାନିସ୍ତାନ ଯୁଦ୍ଧରେ ଯୋଗ ଦେଇ ନ ଥିଲେ। ଆଫଗାନିସ୍ଥାନରେ ହିଁ ତାଙ୍କୁ ‘ୱାଲି’ ନାଁ ଦିଆଯାଇଥିଲା। ଆରବୀୟ ଭାଷାରେ ‘ୱାଲି’ର ଅର୍ଥ ରକ୍ଷାକାରୀ।
ୱାଲିଙ୍କ ପାରିବାର କହିଲେ ତାଙ୍କ ପତ୍ନୀ ଓ କଅଁଳା ପୁଅ।