ଚିଲିକା ବିଧାୟକଙ୍କ ବିଜେପି କର୍ମୀଙ୍କ ଉପରକୁ ଗାଡି ଚଢାଇବା ଘଟଣା: ଜଗଦ୍ଦେବଙ୍କୁ ଜେଲରେ ପୁରାଅ: ପୃଥ୍ୱୀରାଜ

ଚିଲିକା ବିଧାୟକଙ୍କ ଗାଡି ଚଢାଇବାକୁ ଘଟଣାକୁ ନେଇ ଏବେ ଜୋର ଧରିଛି ରାଜନୀତି | ଏନେଇ ପୃଥ୍ୱୀରାଜ ପ୍ରତିକ୍ରିୟା ଦେଇ କହିଛନ୍ତି ଏପରି ଦୁର୍ଭାଗ୍ୟଜନକ ଘଟଣା ଓଡିଶା ଇତିହାସରେ ପ୍ରଥମ । ଚିଲିକା ପାଇଁ ଏହା କଳା ଇତିହାସ ହୋଇ ରହିବ । ବିଧାୟକଙ୍କ ବିରୁଦ୍ଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏଭଳି ଲୋକଙ୍କ ସ୍ଥାନ ଜେଲରେ ରହିଛି । ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ହେବା ପରଠୁ ଗୁଣ୍ଡାଗର୍ଦ୍ଦି ବଢିଚାଲିଛି । ଚିଲିକା ଏକ ଶାନ୍ତିପୂର୍ଣ୍ଣ ଓ ସଂସ୍କୃତିପୂର୍ଣ୍ଣ ଅଞ୍ଚଳ ।

ତେବେ ବିଧାୟକ ଗାଡି ମଡାଇ ଦେବାରୁ ୨୭ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୭ଜଣ ପୋଲିସ କର୍ମଚାରୀ, ୧୫ଜଣ ବିଜେପି କର୍ମୀ ଓ ଜଣେ ବିଜେଡି କର୍ମୀ ଆହତ ହୋଇଛନ୍ତି । ୨ଜଣ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଆଇଆଇସିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲୁଗାଁ ଏସଡିପିଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଗୁରୁତରଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି ।

ସେପଟେ, ଏହି ଘଟଣା ପରେ ବିଧାୟକଙ୍କୁ ଉତ୍ତ୍ୟକ୍ତ ଲୋକ ଆକ୍ରମଣ କରିଛନ୍ତି । ମାଡ ମାରିବା ଫଳରେ ବିଧାୟକଙ୍କ ମୁଣ୍ଡ ଫାଟି ଯାଇଛି । ଗାଡି ଭାଙ୍ଗି ଚୁରମାର କରିଛନ୍ତି । ଲହୁଲୁହାଣ ଅବସ୍ଥାରେ ବିଧାୟକଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ମୁଣ୍ଡରେ ୭ଟି ଷ୍ଟିଚ ପଡିଥିବା ଜଣାପଡିଛି | ମୁଣ୍ଡରେ ଆଘାତ ଲାଗିବା ଯୋଗୁ ବାନ୍ତି ହୋଇଥିବାରୁ ସ୍ଥିତି ଏବେ ତାଙ୍କର ଖରାପ ରହିଛି |

Related Posts