ୟୁକ୍ରେନ ସରକାରଙ୍କୁ ହଟାଇବାକୁ ଆମେ ଚାହୁଁ ନାହୁଁ: ପୁଟିନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆକ୍ରମଣର ୧୪ଦିନ ପରେ ନରମିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ପୂର୍ବରୁ ୟୁକ୍ରେନକୁ ଦଖଲ କରିବା ପାଇଁ ଏବଂ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହଟାଇବା ପାଇଁ ରୁଷ ଯୁଦ୍ଧ କରୁଥିବା କଥା କହୁଥିବା ବେଳେ ଏବେ ନିଜର ସ୍ବର ବଦଳାଇଛନ୍ତି ପୁଟିନ୍। ରୁଷ କହିଛି ଯେ ଆମେ ୟୁକ୍ରେନ ସରକାରଙ୍କୁ ହଟାଇବାକୁ ଚାହୁଁନାହୁଁ। ଜେଲେନସ୍କି ସରକାରକୁ ହଟାଇବା ନେଇ ଆମର କୌଣସି ଉଦ୍ଦେଶ୍ୟ ନାହିଁ।

ଏହା ପୂର୍ବରୁ ରୁଷ କହିଥିଲା ଯେ ବର୍ତ୍ତମାନ ୟୁକ୍ରେନ ସହ ଆଲୋଚନା ଆଗକୁ ବଢ଼ିଛି ଏବଂ କିଛି ପ୍ରସଙ୍ଗକୁ ନେଇ କଥାବାର୍ତ୍ତା ଆଗକୁ ବଢ଼ିଛି। ତେବେ ସେହି ପ୍ରସଙ୍ଗଗୁଡିକ କ’ଣ, ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେବଳ ରୁଷ ନୁହେଁ ୟୁକ୍ରେନ ମଧ୍ୟ ଧିରେ ଧିରେ ମୁଣ୍ଡ ନୁଆଁଉଥିବା ଦେଖାଯାଇଛି। ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସେ ନାଟୋରେ ଯୋଗଦେବା ଉପରେ ଅଧିକ ଧ୍ୟାନ ଦେଉ ନାହାଁନ୍ତି।

Related Posts