ରାଜ୍ୟପାଳଙ୍କ ଉଦଘାଟନୀ ଭାଷଣ ସମୟରେ ଗୃହରେ ବିଶୃଙ୍ଖଳା କରିଥିବାରୁ ପଶ୍ଚିମବଙ୍ଗ ବଜେଟ ଅଧିବେଶନରୁ ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକ

କୋଲକାତା(ସତ୍ୟପାଠ ବ୍ୟୁରୋ): ରାଜ୍ୟପାଳଙ୍କ ଉଦଘାଟନୀ ଅଭିଭାଷଣା ସମୟରେ ଗୃହରେ ବିଶୃଙ୍ଖଳା କରିଥିବାରୁ ପଶ୍ଚିମବଙ୍ଗ ବଜେଟ ଅଧିବେଶନରୁ ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକ । ରାଜ୍ୟପାଳ ଜଗଦୀପ ଧନଖରଙ୍କ ଉଦଘାଟନୀ ଅଭିଭାଷଣ ସମୟରେ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ବିଜେପି ବିଧାୟକ ସୁଦୀପ ମୁଖୋପାଧ୍ୟାୟ ଏବଂ ମିହିର ଗୋସ୍ୱାମୀଙ୍କୁ ବୁଧବାର ଗୃହରୁ ନିଲମ୍ବିତ କରାଯାଇଛି। ଫଳରେ ବାକି ବଜେଟ ଅଧିବେଶନ ପାଇଁ ପଶ୍ଚିମବଙ୍ଗ ବିଧାନସଭାରେ ସେମାନେ ଆଉ ଯୋଗ ଦେଇ ପାରିବେ ନାହିଁ। ବଜେଟ ଅଧିବେଶନ କାଳରେ ଗୃହର ଅବଶିଷ୍ଟ ଅଧିବେଶନ ପାଇଁ ବିଜେପି ବିଧାୟକଙ୍କୁ ନିଲମ୍ବନ କରିବାକୁ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏକ ପ୍ରସ୍ତାବ ଆଣିଥିଲେ ଏବଂ ବାଚସ୍ପତି ବିମନ ବାନାର୍ଜୀ ଏହି ପ୍ରସ୍ତାବ ଉପରେ ଭୋଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବିଧାନସଭାରେ ଏହି ପ୍ରସ୍ତାବ ଆଗତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ଚାଟାର୍ଜୀ କହଥିଲେ ଯେ ପୁରୁଲିଆ ବିଧାୟକ ଥିବା ଶ୍ରୀ ମୁଖୋପାଧ୍ୟାୟ ଏବଂ ନାଟାବାରୀର ପ୍ରତିନିଧିତ୍ୱ କରୁଥିବା ଶ୍ରୀ ଗୋସ୍ୱାମୀ ମାର୍ଚ୍ଚ ୭ରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଗୃହରେ ହଟ୍ଟଗୋଳ କରିବା ସହ ପ୍ଲାକାର୍ଡ ହଲାଇବା ଏବଂ ବିଶୃଙ୍ଖଳା ସୃଷ୍ଟି କରିବାରେ ଲିପ୍ତ ଥିଲେ। ଫଳରେ, ବିରୋଧୀ ବିଜେପି ବିଧାୟକଙ୍କ ହଟ୍ଟଗୋଳ ମଧ୍ୟରେ ରାଜ୍ୟପାଳ ତାଙ୍କ ଅଭିଭାଷଣର ପ୍ରଥମ ଏବଂ ଶେଷ ଧାଡି ପଢିବା ପରେ ବିଧାନସଭା ଗୃହ ଛାଡ଼ି ଚାଲି ଯାଇଥିଲେ। ଏହି କାରଣ ପାଇଁ ବଜେଟ ଅଧିବେଶନ କାଳରେ ଗୃହର ଅବଶିଷ୍ଟ ଅଧିବେଶନ ପାଇଁ ବିଜେପି ବିଧାୟକଙ୍କୁ ଗୃହରୁ ନିଲମ୍ବନ କରିବାକୁ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏକ ପ୍ରସ୍ତାବ ଆଣିଥିଲେ। ବାଚନିକ ଭୋଟ୍ ଦ୍ୱାରା ଏହି ପ୍ରସ୍ତାବ ଗୃହରେ ପାରିତ ହୋଇଥିଲା।

Related Posts