ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉପଲବ୍‌ଧିକୁ ପାଳନ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ସମାଜରୁ ଲିଙ୍ଗଗତ ଭେଦଭାବ ଦୂର ଲାଗି ମଧ୍ୟ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଏ । ତେବେ ଆଜିର ଏହି ଅବସରରେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ହୋଇଛି । ଏନେଇ ସଂରକ୍ଷଣ ଅଧିକାରୀ ନୀରଜ ସିଂହ ସୂଚନା ଦେଇଛନ୍ତି । ସକାଳ ୬ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟକ ବିନା ଶୁଳ୍କରେ ମନ୍ଦିର ଭିତରକୁ ପ୍ରବେଶ କରି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ ।

ପୁରାତନ କାଳରୁ ହିଁ ନାରୀ କରୁଣା, କ୍ଷମତା ଏବଂ ପ୍ରେମର ମୂର୍ତ୍ତି ଓ ପରମ୍ପରାର ସଂରକ୍ଷକ ରୂପରେ ପରିଚିତ । ସେ ଆଦ୍ୟା ଚିରନ୍ତିନୀ, ସେ ବରେଣ୍ୟା ବନ୍ଦିତା । ସଂସାରର ପାଳନକର୍ତ୍ତୀ, ମାତା, ଧାତ୍ରୀ, ଭଗିନୀ, ଦୁହିତା, ଜନନୀ, ସର୍ବକ୍ଷେତ୍ରେ ସ୍ଥିତି ତାର ଅନିନ୍ଦିତା । ନାରୀ ଶୋଭାର ଭଣ୍ଡାର, ନାରୀ ଅଟେ ପୁରୁଷର ମାନ । ନାରୀ ପୁଣି ଅଟେ ସମସ୍ତ ଜଗତର ସମଷ୍ଟି । ନୁହେଁ ସେ ଦୁର୍ବଳା, ନୁହେଁ ସେ ଧୈର୍ଯ୍ୟହରା | ତେବେ କିନ୍ତୁ ଆଜିର ସମାଜରେ ନାରୀ ସବୁବେଳେ ନିର୍ଯ୍ୟାତିତ ହୋଇ ବଞ୍ଚୁଛି | ନାରୀ କୁ ପ୍ରତି ମୁହୁର୍ତରେ ପରୀକ୍ଷା ଦେବାକୁ ପଡୁଛି |

ତେବେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାରେ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ |

Related Posts