ବିବାହ ଭୋଜି ଖାଇ ଫେରୁଥିବା ବରଯାତ୍ରୀ ଗାଡ଼ି ସହ ଟ୍ରକ୍ ଧକ୍କା: ଚାଲିଗଲା ୪ ଜୀବନ ୭ ଗୁରୁତର

ଭବାନୀପାଟନାରେ କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୨୧୭ର ତୁର୍ଲଖମନ ନିକଟରେ ଘଟିଛି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ବିବାହ ଭୋଜି ଖାଇ ଫେରୁଥିବା ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି | ଫଳରେ ଏହି ଦୁର୍ଘଟଣାରେ ଚାଲିଯାଇଛି ୪ ଜଣଙ୍କ ଜୀବନ | ଟ୍ରକ୍ ଧକ୍କା ଦେବା ଫଳରେ ଏହି ମର୍ମତୁଦ ଦୁର୍ଘଟଣା ଘଟିଛି | ମୃତକଙ୍କ ସମେତ ୭ ଜଣ ଗୁରୁତ୍ତର ଆହାତ ହୋଇଛନ୍ତି | ଗୁରୁତରଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତ୍ତର ହେବାରୁ ସେମାନଙ୍କୁ ଭବାନିପାଟଣା ସ୍ଥାନାନ୍ତର କରାଯାଇଛି ।

ଗାଡିଟି ପିପଳପଦାରରୁ ବାହାଘର ସାରି ସିସକେଲା ଅଭିମୁଖେ ବୋଲେରୋ ଗାଡରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଧାନ ବୋଝେଇ ଟ୍ରକ୍ ଏବଂ ବୋଲେରୋ ମଧ୍ୟରେ ଧକ୍କା ହୋଇଥିଲା। ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ଥିବା ସୂଚନା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୭ ଜଣ ଗୁରୁତ୍ତର ଆହାତ ହୋଇଥିଲେ । ଆହାତଙ୍କ ମଧ୍ୟରେ ଗୁରୁତ୍ତର ଥିବା ଜଣେ ଶିଶୁ ବୁର୍ଲା ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି ।

ମୃତକ ସମସ୍ତେ ତିତକେଲା ଗାଁର ଗୋଟିଏ ପରିବାର ପିପାଳ ପଦର ଗାଁରୁ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିଲେ । ଏହି ସମୟରେ ତୁର୍ଲାଖମନ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ବୋଲେରୋ । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଥିବା ବେଳେ ଜଣେ ଯୁବକ ଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts