ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ କଂଗ୍ରେସର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ଏଥର କୌଣସି ରାଜନେତା ନୁହଁ ବରଂ ନିଜ ଭଉଣୀ ହିଁ ସିଦ୍ଧୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବାର ଦେଖିବାକୁ ମିଳିଛି । ତେବେ ପିତା ଭଗବନ୍ତ ସିଦ୍ଧୁଙ୍କର ମୃତ୍ୟୁ ହେବାପରେ ମାଆ ନିର୍ମଳ ଭଗବନ୍ତ ଓ ଭଉଣୀମାନଙ୍କୁ ଘରରୁ ବାହାର କରିଦେଇଥିଲେ । ଏବଂ ସିଦ୍ଧୁ ଏନେଇ ଲୋକଙ୍କ ଆଗରେ ମିଛି କହିଛନ୍ତି । ସିଦ୍ଧୁ କହିଥିଲେ ଯେ ମୁଁ ଯେତେବେଳେ ୨ ବର୍ଷର ଥିଲି ମୋ ପିତାମାତା ଅଲଗା ହୋଇଯାଇଥିଲେ । ଏପରିକି ତାଙ୍କ ମାଆ ଦିଲ୍ଲୀ ରେଳ ଷ୍ଟେସନରେ ଶେଷ ନିସ୍ୱାଃସ ତ୍ୟାଗ କରିଥିଲେ ବୋଲି ଆମେରିକାରେ ରହୁଥିବା ତାଙ୍କ ଭଉଣୀ ଡକ୍ଟର ସୁମନ ଟୁର କହିଛନ୍ତି ।
ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସିଦ୍ଧୁଙ୍କ ଭଉଣୀ ବୋଲି ଦାବି କରୁଥିବା ସୁମନ ଟୁର କହିଛନ୍ତି ଯେ ସେ ତାଙ୍କ ଅମୃତସର ଘରେ ନବଜୋତ ସିଦ୍ଧୁଙ୍କୁ ଭେଟିବାକୁ ସେ ଯାଇଥିଲେ । କିନ୍ତୁ ସେ ଗେଟ୍ ଖୋଲି ନଥିଲେ। ଏପରିକି ତାଙ୍କ ଫୋନକୁ ମଧ୍ୟ ଉଠାଇନଥିଲେ । କେବଳ ଏତିକି ନୁହେଁ ବରଂ ସୁମନ ଟୁର କହିଛନ୍ତି ଯେ ନବଜୋତ ସିଂ ସିଦ୍ଧୁ ତାଙ୍କ ମା ଏବଂ ପିତାଙ୍କ ଅଲଗା ହେବା ବିଷୟରେ ମିଛ କହୁଛନ୍ତି। ନବଜୋତ ସିଦ୍ଧୁଙ୍କ ଶାଶୁ ଜସଭୀର କୌର ଆମ ଘରକୁ ନଷ୍ଟ କରିଦେଇଛନ୍ତି। ମୁଁ କେବେ ବି ମୋର ପୂର୍ବପୁରୁଷ ଘରକୁ ଫେରି ପାରିଲି ନାହିଁ ।
ଯେତେବେଳେ ଆମେରିକାର ନ୍ୟୁୟର୍କରେ ରହୁଥିବା ନବଜୋତ ସିଦ୍ଧୁଙ୍କ ଭଉଣୀ ସୁମନ ଟୋରଙ୍କୁ ପଚରାଗଲା ଯେ ଏତେ ବର୍ଷ ପରେ ନିର୍ବାଚନ ସମୟରେ ସେ କାହିଁକି ଅଭିଯୋଗ କରୁଛନ୍ତି, ସେତେବେଳେ ସେ କହିଥିଲେ ଯେ ମୁଁ ଏହି ଆର୍ଟିକିଲ ସଂଗ୍ରହ କରିବାକୁ ଚାହୁଁଛି, ଯେଉଁଥିରେ ନବଜୋତ ସିଦ୍ଧୁ ମୋ ବାପା ଏବଂ ମାଆଙ୍କ ଅଲଗା ହେବାର କଥା କହିଥିଲେ । ଏଖବର ସାମ୍ନାକୁ ଆସିବା ପରେ ପଞ୍ଜାବ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି ।