ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ କମିବାରେ ଲାଗିଛି । ଏପରିସ୍ଥିତିରେ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ, ସଂକ୍ରମଣ ବ୍ୟାପିବାର ଭୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ଆଜି ଖୋର୍ଦ୍ଧା ଓ ଖୋର୍ଦ୍ଧା ଆଖପାଖର କଲେଜଗୁଡ଼ିକର ଶତାଧିକ ଯୁକ୍ତଦୁଇ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ଦେଇଛନ୍ତି । ଜିଲ୍ଳାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ହୋଇଥିବା ବିକ୍ଷୋଭରେ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଟଣୀ, ହଳଦିଆ, କେରଙ୍ଗ, ମନ୍ଦାରବସ୍ତ, ଦେଉଳି ମହିଳା ମହାବିଦ୍ୟାଳୟ, ଗଡ଼ମାଣତ୍ରୀ, ଅଦ୍ୟାନ୍ତ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସେମାନଙ୍କ କହିବା କଥା ହେଲା ଯେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନରେ ପାଠ ପଢ଼ା ଯାଉଛି ।
କିନ୍ତୁ ଅଫ୍ଲାଇନ୍ରେ ପରୀକ୍ଷା କରାଯିବା ପାଇଁ ପ୍ରସ୍ତୁତି ଚାଲିଛି । ଏହାପଛର ଥିବା ଯୁକ୍ତି ସେମାନେ ଜାଣିପାରୁନାହାନ୍ତି । ସାମାଜିକ ଦୂରତ୍ୱରେ ପରୀକ୍ଷା ହଲରେ ବସି ପରୀକ୍ଷା ଦେବା ସମ୍ଭବ ନୁହେଁ । ଏଣୁ ବାର୍ଷିକ ପରୀକ୍ଷା ବାତିଲ କରାଯାଇ କାଉନ୍ସିଲ ଦ୍ୱାରା ଗତ ୩ଟି କ୍ୱାଟର ପରୀକ୍ଷାର ମାର୍କକୁ ନେଇ ପରୀକ୍ଷାଫଳ ଘୋଷଣା କରାଯାଉ ବୋଲି ଛାତ୍ରମାନେ ଦାବି କରୁଛନ୍ତି ।