ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଟକ ବଡ଼ ମେଡିକାଲରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ହେଲା ଗ୍ରୀନ କରିଡର । ତେବେ ଗୁରୁତର ରୋଗୀଙ୍କୁ ସୁରଟ ନେବା ପାଇଁ ଏପରି କରାଯାଇଛି ବୋଲି ସୂଚନା ମିଳିଛି । ସେପଟେ ଗୁରୁତର ରୋଗୀ ଜଣକ ସୁରଟ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ଇନ୍ଦ୍ରମଣି ପାଣି ବୋଲି ଜଣାଯାଇଛି। ଗତ କିଛି ଦିନ ଧରି ଇନ୍ଦ୍ରମଣି କିଡନୀଜନିତ ରୋଗ ସମେତ ଉଚ୍ଚ ରକ୍ତଚାପ ହେତୁ କଟକ ଏସ୍ସିବିରେ ଚିକିତ୍ସିତ ହେଉଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।
ମାତ୍ର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଆଜି ତାଙ୍କୁ ଏୟାରଲିଫ୍ଟ କରାଯାଇ ସୁରଟ ନିଆଯାଇଛି। ତେଣୁ କଟକ ଝଉଈରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାକୁ ଗ୍ରୀନ କରିଡର କରାଯାଇ ପୁଲିସ ଏସ୍କର୍ଟରେ ଇନ୍ଦ୍ରମଣିଙ୍କୁ ନିଆଯାଇଛି। ଅନ୍ୟପଟେ ଏପରି କରିବା ପ୍ରଥମ କଥା ନୁହଁ । ଏହାପୂର୍ବରୁ ବହୁ ଥର ରାଜଧାନୀ ଭୁବନେଶ୍ୱରରେ ଗ୍ରୀନ୍ କରିଡରରେ ଗୁରୁତର ରୋଗୀଙ୍କୁ ବାହାର ରାଜ୍ୟକୁ ଚିକିତ୍ସା ଲାଗି ଏୟାରଲିଫ୍ଟ କରାଯାଇଛି।