“ମୋଦୀଙ୍କୁ ଏସବୁ କଥାରେ କିଛି ଫରକ୍ ପଡ଼େ ନାହିଁ ” ଚୀନ ସେନା ଅରୁଣାଞ୍ଚଳ ଯୁବକକୁ ଉଠେଇନେବା ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କୁ ତାଛଲ୍ୟ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଭାରତ ଓ ଚୀନ ସୀମାରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଛି । ଚୀନ ବାରମ୍ବାର ସୀମା ନିୟମକୁ ଉଲ୍ଲଘଂନ କରିବାର କଥା ସାମ୍ନାକୁ ଆସିଥାଏ । ଏଥର ପୁଣି ନିଜର ହରକତକୁ ନେଇ ଚର୍ଚ୍ଚାରେ ଚୀନ । ତେବେ ଅରୁଣାଞ୍ଚଳପ୍ରଦେଶର ସିଆଙ୍ଗ ଜିଲ୍ଲାରୁ ଜଣେ ୧୭ ବର୍ଷୀୟ ଯୁବକଙ୍କୁ ଚୀନ ଅପହରଣ କରିଥିବାର ଅଭିଯୋଗ ହୋଇଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏପରିକି ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଘଟଣାରେ ସେ ପିଏମ ମୋଦୀଙ୍କ ନିରବତା ଉପରେ ଆକ୍ରମଣ କରିଛନ୍ତି। ତେବେ ଗଣତନ୍ତ୍ର ଦିବସର କିଛି ଦିନ ପୂର୍ବରୁ ଭାରତର ଜଣେ ଭାଗ୍ୟ ନିର୍ମାତା ଚୀନ୍ ଦ୍ୱାରା ଅପହରଣ ହୋଇଛି – ଆମେ ମିରାମ ତରୁଣଙ୍କ ପରିବାର ସହିତ ଅଛୁ ଏବଂ ଆଶା ଛାଡିବୁ ନାହିଁ।

ପ୍ରଧାନମନ୍ତ୍ରୀଙ୍କ ନିରବତା ଏ ଘଟଣା ପରେ ଜଣା ପଡ଼ିଯାଉଛି ଯେ ପ୍ରଧାନମନ୍ତ୍ରୀଙ୍କୁ ଏସବୁରୁ ତାଙ୍କୁ କିଛି ଫରକ ପଡ଼େ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେପଟେ ଜଣେ ଅରୁଣାଞ୍ଚଳ ପ୍ରଦେଶର ସାଂସଦ ଏ ଘଟଣାକୁ ସାମ୍ନାକୁ ଆଣିଥିଲେ । ତେବେ ଅରୁଣାଚଳ ପ୍ରଦେଶର ସାଂସଦ ତାପିର ଗାଓ ଦାବି କରିଛନ୍ତି ଯେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ରାଜ୍ୟର ଭାରତୀୟ ଅଞ୍ଚଳର ସିଆଙ୍ଗ ଜିଲ୍ଲାର ଜଣେ ୧୭ ବର୍ଷୀୟ ଯୁବକଙ୍କୁ ଅପହରଣ କରିଛି। ଅପହରଣ ହୋଇଥିବା ଯୁବକଙ୍କ ନାମ ମେରାମ ତରୁଣ ବୋଲି ଜଣା ପଡିଛି। ଅନ୍ୟପଟେ ଏହି ଘଟଣାଟି ଜାନୁଆରୀ ୧୮ ତାରିଖରେ ଘଟିଛି । ଏହି ଘଟଣା ବିଷୟରେ ନୂଆଦିଲ୍ଲୀକୁ ମଧ୍ୟ ସୂଚନା ଦିଆଯାଇଛି ବୋଲି ଅରୁଣାଞ୍ଚଳପ୍ରଦେଶର ସରକାର ସ୍ପଷ୍ଟ କରିଛନ୍ତି ।

Related Posts