ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଜାମିନ ମିଳିବା ପରେ ମଧ୍ୟ ଏକ ମାସ ଧରି ନୋଏଡା ବାଇକ ବୋଟ ଘଟାଲାରେ ସମ୍ପୃକ୍ତ ଥିବା ଆରୋପୀକୁ ଜେଲରେ ରଖାଯାଇଛି । କିନ୍ତୁ ଜାମିନ ପରେ ମଧ୍ୟ ଅଭିଯୁକ୍ତଙ୍କୁ ମୁକ୍ତ ନକରିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଛନ୍ତି ଦେଶର ସବୋର୍ଚ୍ଚ କୋର୍ଟ । ସେପଟେ ୩୫୦୦ କୋଟି ଟଙ୍କା ସ୍କାମରେ ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଏକ ମାସ ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମୋଦନ କରିଥିଲେ।
ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରି ଜଷ୍ଟିସ ଏମ ଖାନୱିଲକରଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଜରିମାନା ଆଦାୟ କରିବାକୁ ବାରଣ କରିଛନ୍ତି ଏବଂ ଏହା ଏକ ଗୁରୁତର ବିଷୟ ବୋଲି କହିଛନ୍ତି। ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ସି.ଟି. କହିଛନ୍ତି ଯେ ଆମେ ଏକ ମାସ ପୂର୍ବରୁ ଆଦେଶ ଦେଇଥିଲୁ, କିନ୍ତୁ ସେହି ବ୍ୟକ୍ତି ଏପର୍ଯ୍ୟନ୍ତ ମୁକ୍ତ ହୋଇନାହିଁ କାହିଁକି ? ଏହା ଅତ୍ୟନ୍ତ ଗମ୍ଭୀର ବିଷୟ । ଏହାର ଜାବାବ ଉତ୍ତରପ୍ରଦେଶ ସରକାରଙ୍କୁ କୋର୍ଟରେ ଜଣାଇବାକୁ ପଡ଼ିବ ବୋଲି ଶୁଣାଣି କରି କହିଛନ୍ତି ।