ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଫଳରେ ରାଜନୈତିକ ଦଳମାନଙ୍କ ମଧ୍ୟରେ କଡ଼ା ଟକ୍କର ହେବାରେ ଲାଗିଛି । ଉଭୟ ପରସ୍ପରକୁ ଟାର୍ଗେଟ କରୁଥିବାବେଳେ ନେତା ଅଦଳବଦଳ ପ୍ରକ୍ରିୟା ଚାଲିଛି । ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ବଡ଼ ବୟାନ ଦେଇଛନ୍ତି । ତେବେ କଂଗ୍ରେସ ଯଦି କ୍ଷମତାକୁ ଆସେ ହରିଦ୍ୱାରର ଧର୍ମସଂସଦରେ ଯେଉଁମାନେ ଘୃଣା ଭାଷଣ ପ୍ରଚାର କରିଥିଲେ । ସେମାନଙ୍କୁ ଦଣ୍ଡିତ କରାଯିବ । ଘୃଣା ଭାଷଣ ମାମଲାରେ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରାୱତ କହିଛନ୍ତି। ସେପଟେ ହରାକ ସିଂହଙ୍କୁ ନେଇ ମଧ୍ୟ ସେ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି ।
ତେବେ ହରାକ ସିଂହ ଶେଷରେ ନିଜର ଭୁଲକୁ ସ୍ୱୀକାର କରି କଂଗ୍ରେସ ନିକଟରେ କ୍ଷମା ପ୍ରାର୍ଥନା କଲେ ବୋଲି ହରିଶ ରାୱତ କହିଛନ୍ତି । ଏସବୁ ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ହରାକ ସିଂ ରାୱତ ୨୦୧୬ ରେ ହରିଶ ରାୱତଙ୍କ ନେତୃତ୍ୱରେ କଂଗ୍ରେସ ସରକାର ବିରୁଦ୍ଧରେ ବିଦ୍ରୋହ କରିଥିଲେ। ହରାକଙ୍କ ସହ ସେହି ସମୟର ନଅ ଜଣ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ହରକ ସିଂ ରାୱତଙ୍କୁ ବର୍ତ୍ତମାନ ବିଜେପି ଏବଂ ଉତ୍ତରାଖଣ୍ଡର ପୁଷ୍କର ସିଂ ଧାମି କ୍ୟାବିନେଟରୁ ବହିଷ୍କାର କରାଯାଇଛି।