ମୁଁ କୁକୁର: ଇମ୍ରାନ୍‌ ମସୂଦ, ଜାଣନ୍ତୁ ନିଜକୁ ଏମିତି କାହିଁକି କହିଲେ

ପଶ୍ଚିମ ଉତ୍ତର ପ୍ରଦେଶର ଟାଣୁଆ ନେତା କୁହାଯାଉଥିବା ଇମ୍ରାନ ମସୂଦ ଏବେ ବହୁତ ଦୁଃଖରେ ଥିବା କୁହାଯାଉଛି | ତାଙ୍କୁ ସମାଜବାଦୀ ପାର୍ଟି ଧୋକା ଦେଇଛି | ଏନେଇ ସେ ବିଚଳିତ ହେବା ସହ ନିଜକୁ କୁକୁର ବୋଲି ସଂଵୋଧିତ କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି |

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଟିକେଟ ଆଶାରେ ହାତ ଛାଡ଼ି (କଂଗ୍ରେସ) ସାଇକେଲ (ସମାଜବାଦୀ ପାର୍ଟି)ରେ ଯାତ୍ରା ଆରମ୍ଭ କରିଥିବା ଇମରାନ୍‌ ମସୂଦଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ ମସଲମାନଙ୍କୁ ସୁଧୁରିଯିବା ପାଇଁ ପରାମର୍ଶ ଦେଉଛନ୍ତି। ସେ କହୁଛନ୍ତି ଯେ, ମୋତେ କୁକୁର କରି ଦିଆଗଲା।

ସୂଚନାଯୋଗ୍ୟ, ପଶ୍ଚିମ ଉତ୍ତର ପ୍ରଦେଶର ଟାଣୁଆ ନେତା କୁହାଯାଉଥିବା ଇମ୍ରାନ ମସୂଦ ନିର୍ବାଚନ ତାତି ସମୟରେ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। କିନ୍ତୁ ଅଖିଳେଶ ଯାଦବ ଟିକେଟ ଦେଲେ ନାହିଁ। ସେ ସହାରାନପୁର (ଗ୍ରାମାଞ୍ଚଳ)ରୁ ବିଧାୟକ ମସୂଦ ଅଖତାରଙ୍କ ସହିତ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। ଏବେ ସମାଜବାଦୀ ପାର୍ଟିରୁ ତାଙ୍କୁ ଟିକେଟ ନଦେବାରୁ ଲକ୍ଷ୍ନୌରୁ ନିଜର ସହାରନପୁର ନିବାସକୁ ଫେରିବା ପରେ ଅନ୍ୟ ସମର୍ଥକଙ୍କୁ ପରାମର୍ଶ ଦେଉଛନ୍ତି |

Related Posts