ରାଜ୍ଯରେ କମୁନି କରୋନା ସଂକ୍ରମିତଙ୍କ ସଂଖ୍ୟା, ୧୧ ହଜାର ୬୦୭ କରୋନା ପଜିଟିଭ ଚିହ୍ନଟ

ବଢୁଛି ଭୟ, କମୁନି ସଂକ୍ରମଣ | ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ଯେପରି ଆଉ କମିବାର ନାଁ ଧରୁନି | ଦୈନିକ ସଂକ୍ରମଣ ଏବେ ୧୧ ହଜାର ଉପରେ ରହୁଛି | ରାଜ୍ୟରେ କ୍ଷୀପ୍ର ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ ହାର। ଦିନକୁ ଦିନକୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବଢି ବଢି ଚାଲିଛି କୋଭିଡ୍ ପଜିଟିଭ୍ ସଂଖ୍ୟା । ଦିନକୁ ଦିନ ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୬୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୭୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୮୭୯ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୯୧ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୭୦୯୪ କୁ ବୃଦ୍ଧି ପାଇଥିବା ବେଳେ ୧୦୭୩୭୭୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୮୪୭୭୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,82,970 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି(ମଙ୍ଗଳବାର) ତୁଳନାରେ 44,889 ଅଧିକ । ସେହିପରି ଦିନକରେ ଦେଶରେ 1,88,157 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 441 କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 18,31,000ରେ ପହଞ୍ଚିଛି । ଦେଶରେ ପଜିଟିଭ ରେଟ୍ ଗତକାଲି 14.43% ଥିବାବେଳେ ଆଜି 15.13%କୁ ବୃଦ୍ଧି ପାଇଛି । ସେପଟେ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏଯାବତ୍ ଦେଶ ମଧ୍ୟରୁ 8,961 ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଲାଣି ।

Related Posts