ଉତ୍ତରପ୍ରଦେଶ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳ ବେଶ ଚଳଚଞ୍ଚଳ ହୋଇ ଉଠିଛନ୍ତି । ବିଶେଷକରି ନେତାମାନେ । କାହିଁକିନା ନିର୍ବାଚନ ପୂର୍ବରୁ କିଏ ଟିକେଟ ପାଇଁ ଅନ୍ୟଦଳକୁ ଯାଉଛନ୍ତି ତ ଆଉ କିଏ ନିଜ ଉତ୍ତରାଧୀକାରୀଙ୍କୁ ଟିକେଟ ଦେବା ପାଇଁ ନିଜ ପଦରୁ ଇସ୍ତଫା ଦେବା ପାଇଁ ମଧ୍ୟ ରାଜି ହୋଇଯାଉଛନ୍ତି । ଏହା ମଧ୍ୟରେ ପ୍ରୟାଗରାଜର ସାଂସଦ ରିତା ବହୁଗୁନା ଯୋଶୀ ଏପରି କିଛି କରି ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେବେ ତାଙ୍କ ପୁଅକୁ ଟିକେଟ ଦେବା ପାଇଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସେ ଏକ ଚିଠି ଲେଖିଥିଲେ । ଯଦି ବିଧାନସଭା ନିର୍ବାଚନ ପାଇଁ ତାଙ୍କ ପୁଅ ମାୟାନକ ଯୋଶୀ ଟିକେଟ୍ ଦିଅନ୍ତି ତେବେ ସେ ତାଙ୍କ ସାଂସଦ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ।
ସେପଟେ ତାଙ୍କ ପୁଅ ଗତ କିଛି ବର୍ଷ ଧରି ବିଜେପିରେ କାର୍ୟ୍ୟ କରିଆସୁଛନ୍ତି। ଏହି କାରଣରୁ ସେ ପୁଅ ମାୟାନକ ଯୋଶୀଙ୍କ ପାଇଁ ପାର୍ଟିରୁ ଟିକେଟ ମାଗିଛନ୍ତି। ରୀତାଙ୍କ ଅନୁଯାୟୀ ଦଳର ଗୋଟିଏ ପରିବାର ଗୋଟିଏ ଟିକେଟ୍ ନିୟମକୁ ସମର୍ଥନ କରନ୍ତି। ପାର୍ଟି ଏକ ନିୟମ କରିଛି ଯେ ଗୋଟିଏ ପରିବାରର କେବଳ ଜଣେ ବ୍ୟକ୍ତିଙ୍କୁ ଟିକେଟ୍ ଦିଆଯିବ । ଏଭଳି ପରିସ୍ଥିତିରେ ଯଦି ମୋ ପୁଅ ଲକ୍ଷ୍ନୌ କ୍ୟାଣ୍ଟରୁ ଟିକେଟ ପାଏ, ତେବେ ମୁଁ ସାଂସଦ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି।
କାହିଁକିନା ମୁଁ ୨୦୨୪ ରେ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ରୀତାଙ୍କ ଅନୁଯାୟୀ, ୨୦୧୭ ବିଧାନସଭା ନିର୍ବାଚନରେ ସେ ନିଜେ ଶେଷ ନିର୍ବାଚନ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ପରେ ଦଳର ନେତୃତ୍ୱ ତାଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଥିଲେ। ସେ ବିଜେପିରେ ଅଛନ୍ତି ଏବଂ ବିଜେପିରେ ରହିବେ ବୋଲି ମଧ୍ୟ କହିଥିବାର ଦେଖିବାକୁ ମିଳିଛି ।