ବଢୁଛି ସଂକ୍ରମଣ, ଗଡୁଛି ମୁଣ୍ଡ: ଆଜି ଦେଶରେ ୨ଲକ୍ଷ ୩୮ହଜାର ୧୮କରୋନା ସଂକ୍ରମିତ ଚିହ୍ନଟ, ୩୧୦ ମୃତ

ଦେଶରେ ଉପରମୁହାଁ ରହିଛି କରୋନା ଗ୍ରାଫ । ହୁ ହୁ ହୋଇ ବୃଦ୍ଧି ପାଉଛି ଦୈନିକ ସଂକ୍ରମିତ ଙ୍କ ସଂଖ୍ୟା | ଏହାସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଦେଶରେ ୨ଲକ୍ଷ ୩୮ହଜାର ୧୮କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୧୦ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୮୬ହଜାର ୭୬୧କୁ ବୃଦ୍ଧି ପାଇଛି । ମୃତୁ୍ୟ ହାର ରହିଛି ୧.୩୮ପ୍ରତିଶତ ରହିଛି । ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ୧୭ଲକ୍ଷ ପାର୍ କରିଛି । ଆଜି ଦେଶରେ କରୋନା ଜନିତ ସକ୍ରିୟ ମାମଲା ରହିଛି ୧୭ଲକ୍ଷ ୩୬ହଜାର ୬୨୮ରହିଛି ।

ଆଜି ଦେଶରେ କରୋନାରୁ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୫୭ହଜାର ୪୨୧ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ହେଲେଣି ୩କୋଟି ୫୩ଲକ୍ଷ ୯୪ହଜାର ୮୮୨ଜଣ । ଅନ୍ୟପଟେ କରୋନାର ମୁକାବିଲା ପାଇଁ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲିଛି ।

ସେହିପରି ରାଜ୍ୟରୁ ଆଜି ୧୧,୦୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୬୧ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬୪୩୧ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୬୫୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

ଏହାକୁ ମିଶାଇ ରାଜ୍ୟରେ ମୋଟ ୧୧ ଲକ୍ଷ ୫୫ ହଜାର ୪୮୭ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୪୬୯ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୧୩୯, ବାଲେଶ୍ୱରରୁ ୩୨୩, ବରଗଡ଼ରୁ ୧୨୫, ଭଦ୍ରକରୁ ୧୩୨, ବଲାଙ୍ଗୀରରୁ ୩୦୦, ବୌଦ୍ଧରୁ ୮୩, କଟକରୁ ୭୬୬, ଦେବଗଡ଼ରୁ ୫୩, ଢେଙ୍କାନାଳରୁ ୧୫୭, ଗଜପତିରୁ ୯୩, ଗଞ୍ଜାମରୁ ୧୧୬, ଜଗତ୍‌ସିଂହପୁରରୁ ୨୭୩, ଯାଜପୁରରୁ ୨୭୫, ଝାରସୁଗୁଡ଼ାରୁ ୧୩୨, କଳାହାଣ୍ଡିରୁ ୨୫୩, କନ୍ଧମାଳରୁ ୫୧, କେନ୍ଦ୍ରାପଡ଼ାରୁ ୮୫, କେନ୍ଦୁଝରରୁ ୨୨୩, କୋରାପୁଟରୁ ୧୯୬, ମାଲକାନଗିରିରୁ ୫୪ଆକ୍ରାନ୍ତ ଅଛନ୍ତି। ସେହିପରି ମୟୂରଭଞ୍ଜରୁ ୩୯୩, ନବରଙ୍ଗପୁରରୁ ୧୩୭, ନୟାଗଡ଼ରୁ ୧୪୯, ନୂଆପଡ଼ାରୁ ୧୦୪ , ପୁରୀରୁ ୧୮୮, ରାୟଗଡ଼ାରୁ ୧୮୭ ,ସମ୍ବଲପୁରରୁ ୩୦୨ ସୁବର୍ଣ୍ଣପୁରରୁ ୧୫୩ , ସୁନ୍ଦରଗଡ଼ରୁ ୧୪୧୬ ଥିବାବେଳେ ଷ୍ଟେଟ ପୁଲ୍‌ରୁ ୭୫୯ ଅଛନ୍ତି।

Related Posts