ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ପ୍ରାୟ ସମସ୍ତ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିବା ସହ ଲୋକଙ୍କ ପାଖକୁ ଯିବାର ମଧ୍ୟ ଆରମ୍ଭ କରିସାରିଲେଣି । ଏହା ମଧ୍ୟରେ ମେହବୁବା ମୁଫତିଙ୍କ ବୟାନ ସାମ୍ନାକୁ ଆସିଛି । ତେବେ ୭୦ ବର୍ଷ ପୂର୍ବେ ଲୋକମାନେ ବ୍ରିଟିଶମାନଙ୍କଠାରୁ ଦେଶ ମୁକ୍ତ କରିବାର ସୁଯୋଗ ପାଇଥିଲେ। ଆଜି ବିଜେପିରୁ ମୁକ୍ତି ପାଇବା ପାଇଁ ଆମକୁ ଏକ ସୁଯୋଗ ଅଛି। ସେହି ସ୍ୱାଧୀନତା ଅପେକ୍ଷା ଏହା ଏକ ବଡ଼ ସ୍ୱାଧୀନତା ହେବ କାରଣ ସେମାନେ ଏହି ଦେଶକୁ ଭାଙ୍ଗିବାକୁ ଚାହୁଁଛନ୍ତି ।
ସେମାନେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନମାନଙ୍କୁ ଭାଗ କରିବାକୁ ଚାହୁଁଛନ୍ତି। ଏହା ସହ ଦଳର ନେତା ତଥା କର୍ମୀମାନେ ଲୋକ ବିରୋଧୀ କାର୍ଯ୍ୟ ଏବଂ ପ୍ରଶାସନର ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିବା ଉଚିତ୍। ଏବଂ ନେତାମାନଙ୍କୁ କରୋନା ଜୀବାଣୁ ବିସ୍ତାରକୁ ଦୃଷ୍ଟିରେ ରଖି ସଂଗଠନକୁ ମଜବୁତ କରିବା ପାଇଁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।